Latest Odisha News

ଭିଜିଲାନ୍ସ ପଞ୍ଝାରେ ICDS ସୁପରଭାଇଜର,୮୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ

ନୂଆପଡା : ଭିଜିଲାନ୍ସ ଜାଲରେ ICDSର ସୁପର ଭାଇଜର । ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଚାଟିଆଗୁଡା ସେକ୍ଟର ସୁପରଭାଇଜର ହର୍ଶମଣୀ ଦେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସ୍ଥାନୀୟ ସାଗୁନଭାଡି ୨ ନମ୍ବର ସେଣ୍ଟର ଅଙ୍ଗନବାଡି କର୍ମୀ ଭାବେ ନିଯୁକ୍ତି କରାଇ ଦେବା ପାଇଁ କହି ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଥିଲେ ।   ପ୍ରଥମେ ସେ ଏକ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ ଓ ପରେ ସେ ଲାଞ୍ଚ କମାଇ ୮୦ ହଜାର ଟଙ୍କା ନେବା ପାଇଁ ରାଜି ହୋଇଥିଲେ । ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି । ସୁପଭାଇଜର ଖଡିଆଳ ଥାନା ଅଁଳାଭଟା ଗାଁର ହୋଇଥିବା ବେଳେ ଖଡିଆଳରେ ସେ ଭଡା ରହୁଥିଲେ । ସିନାପାଲି ଅଫିସ୍ ଓ ଖଡିଆଳ ଭଡାଘର ସମେତ ୩ ଟି ସ୍ଥାନରେ ଭିଜିଲାନ୍ସ ରେଡ କରିଛି ।

Leave A Reply

Your email address will not be published.