Latest Odisha News

BREAKING NEWS

ଭୁବନେଶ୍ୱରରୁ ବୋଲେରୋ ଲୁଟେରା ଗ୍ୟାଙ୍ଗ ଗିରଫ, କୋଲକାତାକୁ ଲମ୍ବିଛି ଚେର

ଭୁବନେଶ୍ୱର: ରାଜଧାନୀରୁ ସିରିଜ୍ ବୋଲେରୋ ଲୁଟେରା ଗ୍ୟାଙ୍ଗକୁ ଧରିଛି ପୋଲିସ । ୬ ଜଣ ସଦସ୍ୟଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ସେମାନଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ଲୁଟେରା ଗ୍ୟାଙ୍ଗ୍‌ର ଚେର କୋଲକାତା ଯାଏ ଲମ୍ବିଥିବା ସୂଚନା ମିଳିଛି । ଲୁଟେରା ଗ୍ୟାଙ୍କରେ ଆଉ କେଉଁମାନେ ସଂପୃକ୍ତ ? କିଏ କିଙ୍ଗପିନ୍ ? ବୋଲେରୋକୁ କେମିତି ଓ କେଉଁ ଉପାୟରେ ଲୁଟ୍ କରୁଛନ୍ତି ? କେଉଁଠି ବିକ୍ରି କରୁଛନ୍ତି ? ଏନେଇ ତଥ୍ୟ ହାସଲ କରୁଛି କମିଶନରେଟ ପୋଲିସ ।

ଗତ ମାସରେ ଭୁବନେଶ୍ୱରରୁ ସିରିଜ୍ ବୋଲେରୋ ଲୁଟ୍ ହୋଇଥିଲା । ୧୦ ଦିନରେ ୮ଟି ବୋଲେରୋ ଲୁଟ୍‌ କରିଥିଲେ ଦୁର୍ବୃତ୍ତ । ଖଣ୍ଡଗିରି, ନୟାପଲ୍ଲୀ, ଓ ଲକ୍ଷ୍ମୀସାଗର ଅଞ୍ଚଳରୁ ରାତି ଅଧିଆ ବୋଲେରୋ ଗାଡ଼ି ଚୋରି ହୋଇଥିଲା । ବିଭିନ୍ନ ସ୍ଥାନରେ ସିସିଟିଭି ଫୁଟେଜରୁ ସାମନାକୁ ଆସିଥିଲା ବୋଲେରୋ ଚୋରି ଚିତ୍ର । ସିସିଟିଭି ଫୁଟେଜ୍‌ ଆଧାରରେ ତଦନ୍ତ କରୁଥିଲା କମିଶନରେଟ ପୋଲିସ ।

Leave A Reply

Your email address will not be published.