Latest Odisha News

BREAKING NEWS

କରୋନାରୁ ସୁସ୍ଥ ହେଲେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କରୋନାକୁ ହରାଇବାରେ ସଫଳ ହୋଇଛନ୍ତି । ଏପ୍ରିଲ ୧୪ରେ ଯୋଗୀ ଆଦିତ୍ୟନାଥ କରୋନା ସଂକ୍ରମିତ ହୋଇଥିଲେ । ସେ ନିଜକୁ ହୋମ ଆଇସୋଲେଶନରେ ରଖିଥିଲେ । ଏବେ ରିପୋର୍ଟ ନେଗେଟିଭ ଆସିବାରୁ ସେ ଆଶ୍ୱସ୍ତ ହୋଇଛନ୍ତି ।

ଟୁଇଟ କରି ସେ ଜଣାଇଛନ୍ତି ଆପଣମାନଙ୍କ ଶୁଭେଚ୍ଛା ଏବଂ ଡାକ୍ତରଙ୍କ ଆବଶ୍ୟକ ମୁତାବକ ଚିକିତ୍ସା ଯୋଗୁ ମୁଁ ସୁସ୍ଥ୍ ହୋଇପାରିଛି । କରୋନାକୁ ହରାଇବା ପାଇଁ ଆପଣମାନେ ଆବଶ୍ୟକ ସତର୍କତା ଅବଲମ୍ବନ କରନ୍ତୁ ବୋଲି କହିଛନ୍ତି ।

Leave A Reply

Your email address will not be published.