Latest Odisha News

କୋଲକାତାରେ ୫ ମାସର ଶିଶୁ ଏଚଏମପିଭି ଆକ୍ରାନ୍ତ

କୋଲକତା: ଚୀନ୍ ରେ ବ୍ୟାପୁଥିବା ଏଚଏମପିଭି ଭାଇରସ ଏବେ ଭାରତରେ ଚିହ୍ନଟ ହୋଇଛି । ବର୍ତ୍ତମାନ ଚାରୋଟି ମାମଲା ଦେଶରେ ସାମ୍ନାକୁ ଆସିଛି । ପୂର୍ବରୁ କର୍ଣ୍ଣାଟକର ଦୁଇ ପିଲାଙ୍କ ମଧ୍ୟରେ ଏଚଏମପିଭି ଭାଇରସ ଚିହ୍ନଟ ହୋଇଥିବାବେଳେ ଗୁଜୁରାଟର ଅହମ୍ମଦାବାଦରେ ମଧ୍ୟ ଦୁଇ ମାସର ଶିଶୁ ମଧ୍ୟ ସଂକ୍ରମିତ ହୋଇଥିବା ଜଣାପଡିଛି । ଏହାପରେ କୋଲକାତାରେ ମଧ୍ୟ ଏଚଏମପିଭିର ଏକ ମାମଲା ସାମ୍ନାକୁ ଆସିଛି ।

ଏଠାରେ ଏକ ପାଞ୍ଚ ମାସର ଶିଶୁ ସଂକ୍ରମିତ ହୋଇଥିବା ଜଣାପଡିଛି । ଶିଶୁଟିର ବର୍ତ୍ତମାନ ଚିକିତ୍ସା ଜାରି ରହିଛି ।

ଏହି ମାମଲା ସାମ୍ନାକୁ ଆସିବା ପରେ କର୍ଣ୍ଣାଟକର ସ୍ୱାସ୍ଥ୍ୟମନ୍ତ୍ରୀ ଏକ ଜରୁରୀ ବୈଠକ ଡାକିଛନ୍ତି । ଜନ ଗହଳି ସ୍ଥାନରେ ମାସ୍କ ପିନ୍ଧିବାକୁ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି । ମାସ୍କ ପିନ୍ଧିଲେ ସଂକ୍ରମଣ କମିବ ବୋଲି ସ୍ବାସ୍ଥ୍ୟ ବିଭାଗ କହିଛନ୍ତି ।

ତେବେ କର୍ଣ୍ଣାଟକରେ ଚିହ୍ନଟ ଉଭୟ ଶିଶୁଙ୍କୁ ବେଙ୍ଗାଲୁରୁର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କର୍ଣ୍ଣାଟକ ସ୍ୱାସ୍ଥ୍ୟ ବିଭାଗ ଦାବି କରିଛି ଯେ ପିଲାମାନଙ୍କର ନମୁନା ଏକ ଘରୋଇ ଡାକ୍ତରଖାନାକୁ ପଠାଯାଇଛି, କିନ୍ତୁ ସରକାରୀ ଲ୍ୟାବରେ ଏହି ପରୀକ୍ଷା କରାଯାଇ ନଥିବା ବିଶେଷ ସୂତ୍ରରୁ ଜଣାପଡିଛି ।

Leave A Reply

Your email address will not be published.