Latest Odisha News

BREAKING NEWS

ଆନ୍ଧ୍ରରେ ୬ ଓଡ଼ିଆ ଦାଦନଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଗୁଣ୍ଟୁର : ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଲଙ୍କାଭାନିଦିବା ଗାଁରେ ଅଭାବନୀୟ ଘଟଣା । କାମ କରୁଥିବା ବିଦ୍ୟୁତ୍ ଆଘାତରେ ୬ ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ସମସ୍ତ ମୃତ ଦାଦନ ଶ୍ରମିକଙ୍କ ଘର ରାୟଗଡା ଜିଲ୍ଲା ଗୁଣପୁର ଅଞ୍ଚଳରେ ବୋଲି ଜଣାପଡିଛି ।

ସୂଚନା ଅନୁସାରେ, ଗୁଣୁପୁର ସହର ସମେତ ଭୀମପୁର ଓ ଅନ୍ୟ ଗ୍ରାମରୁ କିଛି ଦାଦନ କାମ କରିବାକୁ ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଯାଇଥିଲେ । ସେଠାରେ ଥିବା ଏକ ଚିଙ୍ଗୁଡ଼ି ପୋଖରୀ କାମରେ ଏହି ଶ୍ରମିକମାନେ ନିୟୋଜିତ ଥିଲେ । ଏମାନେ ଶୋଇଥିବା ସମୟରେ ଆଜି ଭୋରରୁ ସଟସର୍କିଟ ଯୋଗୁଁ ନିଆଁ ଲାଗିଥିଲା । ଫଳରେ ସମସ୍ତ ୬ ଜଣ ଦାଦନ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥଲା । ଖବରପାଇ ଗୁଣ୍ଟୁର ଦମକଳ ବାହୀନି ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା ।

ବିଦ୍ୟୁତ ଆଘାତରେ ୬ ଜଣ ଦାଦାନ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୋକସନ୍ତପ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ମୃତ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ।

Leave A Reply

Your email address will not be published.