Latest Odisha News

ସିଂହଦ୍ୱାର ସମ୍ମୁଖରେ ଧାରଣାରେ ରାଣୀ

ପୁରୀ: ବଡ଼ ଦାଣ୍ଡରେ ଯାତ୍ରା ନାୟିକା ରାଣୀ ପଣ୍ଡା । ଓଡ଼ିଶୀ ନୃତ୍ୟାଙ୍ଗନା ବେଶରେ ସଜେଇ ହୋଇ ଧାରଣାରେ ବସିଛନ୍ତି ରାଣୀ । ପୂର୍ବରୁ ରାଜକନିକା ଅଞ୍ଚଳର ଜଣେ ଯୁବକ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଅପଶଦ୍ଦ ବ୍ୟବହାର କରିଥିଲେ । ଯାହାକୁ ନେଇ ରାଣୀ ନିଜେ ଥାନାରେ ଏତଲା ଦେଇଥିଲେ । ହେଲେ ଏଯାଏଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନି ।

ଯାହାକୁ ବିରୋଧ କରିବା ସହିତ ରାଣୀ ପଣ୍ଡା ସିଂହଦ୍ୱାର ସମ୍ମୁଖରେ ବସିଯାଇଛନ୍ତି । ଶ୍ରୀଜଗନ୍ନାଥଙ୍କ ଫଟୋ ରଖି ପୂଜା କରିବା ସହିତ ଧାରଣା ଦେଇଛନ୍ତି । ଯେପର୍ଯ୍ୟନ୍ତ ଦୋଷୀ ବିରୋଧରେ କାର୍ଯୟ୍ରାନୁଷ୍ଠାନ ଗ୍ରହଣ କରାନଯାଇଛି ସେ ପର୍ଯ୍ୟନ୍ତ ଧାରଣାରେ ବସିରହିବେ ବୋଲି ରାଣୀ ଜଣାଇଛନ୍ତି ।

Leave A Reply

Your email address will not be published.