Latest Odisha News

BREAKING NEWS

ନାଗା ସାଧୁ ବେଶରେ ଆସି ପରିବାର ଠାରୁ ସୁନାଗହଣା ଲୁଟି ନେଲେ ୬ ଜଣ

ଭୁବନେଶ୍ୱର: ରାଜଧାନୀରେ ଲୁଟ୍ । ବେଶ ବଦଳାଇ ନାଗା ସାଧୁ ବେଶରେ ଆସିଲେ, ପରିବାର ଠାରୁ ଲୁଟିନେଲେ ଅଳଙ୍କାର । ସୂଚନା ଅନୁସାରେ, ଶନିବାର ସାଧୁଙ୍କ ବେଶରେ ୬ ଜଣ ଆସିବା ସହ ନନ୍ଦନକାନନ ଥାନା ରଘୁନାଥପୁର ଗୁଣ୍ଡିଚା ମନ୍ଦିରରେ ରହିଥିଲେ ।

ରଘୁନାଥପୁରର ପ୍ରାଣକୃଷ୍ଣ ପଢ଼ିହାରୀ ସାଧୁଙ୍କୁ ମନ୍ଦିରରେ ଭେଟି କଥାବାର୍ତ୍ତା ହୋଇଥିଲେ । ମନ୍ଦିର କର୍ତ୍ତୃପକ୍ଷ ଓ ଗ୍ରାମବାସୀ ନାଗା ସାଧୁଙ୍କ ଲାଗି ଭୋଜନ ବ୍ୟବସ୍ଥା କରିଥିଲେ । ରାତିରେ ନାଗା ସାଧୁ ମନ୍ଦିରରେ ରହିବା ସହ ସକାଳ ପ୍ରାଣକୃଷ୍ଣଙ୍କ ଘରକୁ ଜଳଖିଆ ଖାଇବାକୁ ଯିବେ ବୋଲି କହିଥିଲେ ।

ରବିବାର ସକାଳେ ପ୍ରାଣକୃଷ୍ଣ, ନାଗା ସାଧୁଙ୍କ ଲାଗି ଘରେ ଜଳଖିଆ ପ୍ରସ୍ତୁତ କରିଥିଲେ । ନାଗା ସାଧୁ ଜଳଖିଆ ଖାଇବା ସମୟରେ ପ୍ରାଣକୃଷ୍ଣଙ୍କ ପୁଅ ସୁନା ଚେନକୁ ଟେବୁଲରେ ରଖି ବାଥରୁମ୍ ଯାଇଥିଲେ । ୬ ନାଗା ସାଧୁ ଘରୁ ଯିବା ପରେ ପ୍ରାଣକୃଷ୍ଣଙ୍କ ପୁଅ ବାଥରୁମରୁ ଆସି ଦେଖନ୍ତୁ ୨ ଲକ୍ଷ ମୂଲ୍ୟର ସୁନା ଚେନ୍ ଟେବୁଲରେ ନାହିଁ । ଏନେଇ ତାଙ୍କ ପୁଅ ରାକେଶ ନନ୍ଦନକାନନ ଥାନାରେ ଏତଲା ଦେଇଛନ୍ତି ।

Leave A Reply

Your email address will not be published.