Latest Odisha News

BREAKING NEWS

ଆରଏସଏସ ପତ୍ରିକା ପଂଚଜନ୍ୟରେ ଇନ୍ଦିରା ଗାନ୍ଧୀଙ୍କୁ ହିଟଲରଙ୍କ ସହ ତୁଳନା

ନୂଆଦିଲ୍ଲୀ: ୨୫ ଜୁନ ୧୯୭୫ରେ ସେ ସମୟର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସାରା ଦେଶରେ ଏର୍ମଜେନ୍ସି ଶାସନ ଲାଗୁ କରିଥିଲେ । ଏହାର ୪୮ ବର୍ଷ ପୂର୍ତି ଅବସରରେ ଆରଏସଏସ ତାର ପତ୍ରିକା ପଂଚଜନ୍ୟରେ ଇନ୍ଦିରା ଗାନ୍ଧୀଙ୍କୁ ହିଟଲରଙ୍କ ସହ ତୁଳନା କରାଯାଇଛି । କଭର ପେଜରେ ହିଟଲର ଓ ଇନ୍ଦିରାଙ୍କ ଫଟୋ ଏକତ୍ର ଦେବା ସହ ହିଟଲର ଗାନ୍ଧୀ ଲେଖିଛି । ଏହି ଦିନକୁ ଯଦି ଆମେ ଭୁଲିଯିବା ତାହାହେଲେ ଗଣତନ୍ତ୍ର ତିଷ୍ଠି ରହିପାରିବନି ବୋଲି ସେଥିରେ ଲେଖାଯାଇଛି । ପଂଚଜନ୍ୟର କଭର ପେଜକୁ ନେଇ କଂଗ୍ରେସ ପକ୍ଷରୁ କିଛି ବୟାନ ଜାରୀ କରାଯାଇ ନାହିଁ । ବିଜେପି ପକ୍ଷରୁ ଡାର୍କ ଡେଜ ଅଫ ଏର୍ମଜେନ୍ସି ପାଳନ କରାଯାଇଛି । ଏ ନେଇ ଏକ ୭ମିନିଟର ଭିଡିଓ ମଧ୍ୟ ଜାରୀ କରାଯାଇଛି ।

୨୫ ଜୁନ ୧୯୭୫ ରାତିରେ ଆରମ୍ଭ ହୋଇଥିବା ଏକଚ୍ଛତ୍ରବାଦ ଶାସନକୁ ଯେଉଁମାନେ ବିରୋଧ କରିଛନ୍ତି ଓ ଗଣତନ୍ତ୍ରର ମୂଲ୍ୟବୋଧକୁ ବଂଚାଇ ରଖିବା ପାଇଁ ସଂଘର୍ଷ କରିଥିଲେ ସେମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲେଖିଛନ୍ତି । ଭାରତର ମହାନ ଗଣତନ୍ତ୍ରକୁ ଏକ ପରିବାର ହତ୍ୟା କରିଥିଲେ ବୋଲି ଜେପି ନଡ୍ଡା ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.