Latest Odisha News

କୃମି ଔଷଧ ଖାଇ ୬ ଛାତ୍ରଛାତ୍ରୀ ଅସୁସ୍ଥ, ଚିକିତ୍ସା ଜାରି

ବାଲେଶ୍ବର: କୃମି ଔଷଧ ଖାଇ ଅସୁସ୍ଥ ହୋଇପଡିଛନ୍ତି ସ୍କୁଲର ୬ ଜଣ ଛାତ୍ରଛାତ୍ରୀ । କେଦାରପୁର ପଞ୍ଚାୟତ ଥାନେଶ୍ବର ସ୍ଥିତ ସ୍କୁଲରେ ଏଭଳି ଘଟଣା ସାମ୍ନାକୁ ଆସିଛି । ଅସୁସ୍ଥ ହେବା ପରେ ସେମାନଙ୍କୁ ସୋର ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ, ସୋମବାର କେଦାରପୁର ପଞ୍ଚାୟତ ଥାନେଶ୍ୱର ସ୍ଥିତ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ କୃମି ଔଷଧ ଦିଆଯାଇଥିଲା । ତେବେ ୬ ଜଣ ଛାତ୍ରଛାତ୍ରୀଙ୍କର ଔଷଧ ଖାଇ ବାନ୍ତି ହୋଇଥିଲା ।

ପରିବାର ଲୋକେ ସେମାନଙ୍କୁ ଚିକିତ୍ସା କରିବା ପାଇଁ ସୋର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିବା ବେଳେ ସେଠାରେ ସେମାନଙ୍କର ଚିକିତ୍ସା ଚାଲିଥିବା ଜଣାପଡିଛି ।

ସାରା ରାଜ୍ୟରେ ପରିବାର କଲ୍ୟାଣ ନିର୍ଦ୍ଦେଶାଳୟ ଦ୍ୱାରା କରାଯାଇଥିବା କୃମିନାଶକ ଅଭିଯାନର ଏକ ଅଂଶ ସ୍ୱରୂପ ଛାତ୍ରଛାତ୍ରୀମାନଙ୍କୁ କୃମିନାଶକ ଔଷଧ ଦିଆଯାଇଥିଲା । ଜାତୀୟ କୃମିନାଶକ ଦିବସ (ଏନଡିଡି) ପାଳନ କରି, ଜାତୀୟ ସ୍ୱାସ୍ଥ୍ୟ ମିଶନ ଏବଂ ୟୁନିସେଫ୍ ସହଯୋଗରେ ପରିବାର କଲ୍ୟାଣ ନିର୍ଦ୍ଦେଶାଳୟ, ଓଡ଼ିଶା ଦ୍ୱାରା ଏହି ଅଭିଯାନ କରାଯାଇଥିଲା ।

ସରକାରୀ ସୂତ୍ର ଅନୁଯାୟୀ, ୧ ରୁ ୧୯ ବର୍ଷ ବୟସର ୧.୪୬ କୋଟିରୁ ଅଧିକ ପିଲାଙ୍କୁ ଏହି ଅଭିଯାନରେ ସାମିଲ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।

Comments are closed.