Latest Odisha News

ଆମ୍ବୁଲାନ୍ସ ଆସିଲାନି, ଠେଲାରେ ବାପାକୁ ହସ୍ପିଟାଲ ନେଲା ପୁଅ

ଭୋପାଳ: ମଧ୍ୟପ୍ରଦେଶରେ ଜଣେ ରୋଗୀଣା ବାପାକୁ ପୁଅଟି ହାତଠେଲା ରିକ୍ସାରେ ଠେଲି ଠେଲି ହସ୍ପିଟାଲ ନେଉଛି। ଆମ୍ବୁଲାନ୍ସ ନମିଳିବାରୁ ଅସୁସ୍ଥ ବାପାକୁ ଡାକ୍ତରଙ୍କ ପାଖରେ ଚିକିତ୍ସା କରାଇବାକୁ ଯାଇ ଏପରି ବିକଳ୍ପ ବାଟ ତିଆରି କରିଛି ଛୋଟ ପିଲାଟି।

ମଧ୍ୟପ୍ରଦେଶର ସିଙ୍ଗରୋଲି ଜିଲ୍ଲାର ଏହି ଘଟଣା ମାନବ ସମାଜ ପାଇଁ ଏକ ଲଜ୍ଜାଜନକ ଚିତ୍ର। ଏଥିରେ ଅସୁସ୍ଥ ବାପା ତାର ୬ ବର୍ଷର ପୁଅ ଆଣିଥିବା ଠେଲାରେ ଡାକ୍ତରଖାନା ଯାଉଥିବାର ନଜର ଆସିଛି। ଯାହାକୁ ନେଇ ସୋଶିଆଲ ମିଡିଆରେ ଜୋରଦାର ଚର୍ଚ୍ଚା। ଯାହା ସ୍ଥାନୀୟ ପ୍ରଶାସନ ତଥା ଶିବରାଜ ସିଂହ ସରକାର ଉପରେ ପ୍ରଶ୍ନ ଉଠାଇଛି।

ଏହି ମାମଲା କୋଟୱାଲି ସହରର ବାଲିଅରି ଅଞ୍ଚଳର । ଶାହ ପରିବାରରେ ହଠାତ୍ ଜଣେ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ତାଙ୍କ ପତ୍ନୀ ଏବଂ ପୁଅ ଅନେକ ଥର ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ କିନ୍ତୁ ଆମ୍ବୁଲାନ୍ସ ପହଞ୍ଚି ପାରି ନଥିଲା। ୨୦ ମିନିଟ୍ ପରେ, ତାଙ୍କର ଛଅ ବର୍ଷର ନିରୀହ ପୁଅ ଏବଂ ସ୍ତ୍ରୀ ତାଙ୍କୁ ଏକ ଠେଲାରେ ରଖି ଚିକିତ୍ସା ପାଇଁ ତିନି କିଲୋମିଟର ଦୂରରେ ଥିବା ସରକାରୀ ଡାକ୍ତରଖାନାରେ ପହଞ୍ଚିଥିଲେ।

କେହି କେହି ଏହି ଘଟଣାର ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଭାଇରାଲ କରିଥିଲେ। ଟଙ୍କା ଅଭାବ ଏବଂ ବାପାଙ୍କ ବଢୁଥିବା ଯନ୍ତ୍ରଣା ଦେଖି ନିରୀହ ପୁଅ ନିଜେ ବାପାଙ୍କୁ ଏକ ଠେଲାରେ ନେଇ ଡାକ୍ତରଖାନା ଆଡକୁ ଯାଇଥିଲା। ସେ ଠେଲାଟିକୁ ତିନି କିଲୋମିଟର ଠେଲି ଡାକ୍ତରଖାନାରେ ପହଞ୍ଚିଥିଲେ।

ଭିଡିଓ ଭାଇରାଲ ହେବା ପରେ ଘଟଣାର ତଦନ୍ତ ପାଇଁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ ଦାୟିତ୍ୱ ଏଡିଏମ୍ ଉପରେ ନ୍ୟସ୍ତ ହୋଇଛି। ବର୍ତ୍ତମାନ ଏଡିଏମ ଡିପି ବର୍ମାନ ଏହି ଘଟଣାର ଅନୁସନ୍ଧାନ କରୁଛନ୍ତି।

 

 

Comments are closed.