Latest Odisha News

ମାଓବାଦୀ ଲିଙ୍କ୍: ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନାରେ ୬୦ଟି ସ୍ଥାନରେ ଏନଆଇଏର ଚଢ଼ାଉ

ନୂଆଦିଲ୍ଲୀ: ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ସୋମବାର ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ୬୦ଟି ସ୍ଥାନରେ ଚଢ଼ଉ କରିଛି।ଆନ୍ଧ୍ରପ୍ରଦେଶର ପ୍ରକାଶମ୍, ରାଜମୁନ୍ଦ୍ରି ଏବଂ ଶ୍ରୀକାକୁଲମ ଜିଲ୍ଲାରେ ଏବେ ବି ଚଢ଼ାଉ ଜାରି ରହିଥିବା ବେଳେ ଏନଆଇଏର ଅନ୍ୟ ଏକ ଟିମ୍ ହାଇଦ୍ରାବାଦରେ ଚଢ଼ଉ ଜାରି ରଖିଛି।

ନିଷିଦ୍ଧ ଘୋଷିତ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାଓବାଦୀ) ନିକଟରୁ ବିସ୍ଫୋରକ ସାମଗ୍ରୀ ଓ ଡ୍ରୋନ୍ ଜବତ ମାମଲାରେ ଏନ୍ଆଇଏ ପକ୍ଷରୁ ତେଲେଙ୍ଗାନା ଓ ଛତିଶଗଡ଼ରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯିବାର ସପ୍ତାହକ ପରେ ଏହି ଚଢ଼ାଉ କରାଯାଇଛି।

ମାଓବାଦୀଙ୍କ ସହ ସମ୍ପର୍କ ରଖିଥିବା ନାଗରିକ ଅଧିକାର ସଂଗଠନର ନେତାଙ୍କ ବାସଭବନରେ ଚଢ଼ାଉ କରାଯାଉଛି। ଡୁଡୁ ଭେଙ୍କଟରାଓ, ଓରୁ ଶ୍ରୀନିବାସ ରାଓ, ନାଗରିକ ଅଧିକାର ନେତା ନସର ଏବଂ ଅନ୍ୟ କେତେଜଣ ନେତାଙ୍କ ଘରେ ଏହି ଚଢ଼ାଉ ଜାରି ରହିଛି। ହର୍ଲିକ୍ସ ଫ୍ୟାକ୍ଟ୍ରିର କର୍ମଚାରୀ କୋଣାଲା ଲାଜାରଙ୍କ ଘରେ ମଧ୍ୟ ଏନ୍ଆଇଏ ଅଧିକାରୀମାନେ ଚଢ଼ାଉ କରିଛନ୍ତି।

ନାଗରିକ ଅଧିକାର ଗୋଷ୍ଠୀ ଓ ମାଓବାଦୀଙ୍କ ମଧ୍ୟରେ ସମ୍ପର୍କ ଥିବା ନେଇ ଏନ୍ଆଇଏ ତଦନ୍ତ କରୁଛି। ମାଓବାଦୀମାନେ ଡ୍ରୋନ୍ ସାହାଯ୍ୟରେ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ପରିବହନ କରୁଛନ୍ତି କି ନାହିଁ ତାହା ମଧ୍ୟ ତଦନ୍ତ କରୁଛି ଏହି ସଂସ୍ଥା।

Comments are closed.