ମାଲକାନଗିରି: ମାଟିରେ ମିଶୁଛି ଭାଙ୍ଗୁଛି ମାଓଗଡ । ଆଜି ଆଉ ୬୦ଜଣ ମାଓବାଦୀ ଗଡ଼ଚିରୌଲି ପୋଲିସ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି । ୫୦ଟି ଅସ୍ତ୍ରଶସ୍ତ୍ର ସହ ସେମାନେ ଆତ୍ମସମର୍ପଣ କରିଥିବା ଜଣାଯାଇଛି । ସେମାନଙ୍କ ମଧ୍ୟରେ ରହିଛନ୍ତି ବେଣୁଗୋପାଳ ଓରଫ ସୋନୁ ଦାଦା ଓରଫ ଭୂପତି ଓରଫ ଅଭୟ । ଏଭଳି ଭିନ୍ନ ଭିନ୍ନ ନାମରେ ପରିଚିତ ଥିଲା ବେଣୁଗୋପାଳ ।
ବେଣୁଗୋପାଳ କେନ୍ଦ୍ରୀୟ କମିଟି ପ୍ରବକ୍ତା ଭାବେ ଦାୟିତ୍ବ ତୁଲାଉ ଥିଲେ ବୋଲି ଜଣାପଡ଼ିଛି । ତା ନାମରେ ୧କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ତେଲେଙ୍ଗାନା ପେଡ୍ଡାପଲ୍ଲୀର ବାସିନ୍ଦା ୬୯ ବର୍ଷୀୟ ବେଣୁଗୋପାଲ ରାଓ । ସେ BCom ଡିଗ୍ରୀ ହାସଲ କରିଛି । ୨୦୧୧ରେ ପଶ୍ଚିମବଙ୍ଗରେ ଏକ ଏନକାଉଣ୍ଟରରେ ନିହତ ହୋଇଥିବା ମାଓ ନେତା ମଲ୍ଲୋଜୁଲା କୋଟେଶ୍ୱର ରାଓ ଓରଫ କିଶନଜୀର ସାନ ଭାଇ ସୋନୁ । ଛତିଶଗଡ଼ରେ ସୋନୁ କମ୍ରେଡ୍ ଭାବେ ମାଓବାଦୀଙ୍କ ନେତୃତ୍ବ ନେଇଥିଲା ।
ମିଳିଥିବା ସୂଚନା ମୁତାବକ, ସିସି ମେମ୍ବର ମଲ୍ଲାଜୁଲା ବେଣୁଗୋପାଳଙ୍କ ସମେତ ୬୦ ମାଓବାଦୀ ଗଡ଼ଚିରୌଲି ଥାନାକୁ ଆସି ଆଜି ଆତ୍ମସମର୍ପଣ କରିଛନ୍ତି । ସୋନୁ ଦାଦା ଅସ୍ତ୍ରଶସ୍ତ୍ର ସହିତ ଆତ୍ମସମର୍ପଣ କରିବୁ ବୋଲି ପ୍ରେସ ବିଜ୍ଞପ୍ତି ଜାରି କରିଥିଲା ସୋନୁ ଦାଦା ।
Comments are closed.