Latest Odisha News

BREAKING NEWS

ରାଜ୍ୟରେ କମୁଛି କରୋନା କାୟା: ୨୪ ଘଣ୍ଟାରେ ୬୦ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କମିବାରେ ଲାଗିଛି କରୋନା କାୟା। ଉଭୟ ଦୈନିକ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ପାଉଛି। ଗତ ୨୪ଘଣ୍ଟାରେ ଓଡ଼ିଶାରୁ ଚିହ୍ନଟ ହୋଇଛନ୍ତି ୬୦ ନୂଆ ଆକ୍ରାନ୍ତ । ଯାହାକୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୫ ହଜାର ୨୧୧କୁ ବୃଦ୍ଧି ପାଇଛି ।

ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି। ୬୦ ନୂଆ ଆକ୍ରାନ୍ତଙ୍କ ଭିତରେ କ୍ୱାରେଣ୍ଟାଇନରୁ ୩୬ ଜଣ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୪।

ତନ୍ମଧ୍ୟରେ ସୁନ୍ଦରଗଡ଼, ପୁରୀ ଓ ‌ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮ ନୂଆ ପଜିଟିଭ୍ ବାହାରିଥିବା ବେଳେ ସମ୍ବଲପୁରରୁ ୬ ଜଣ ଚିହ୍ନଟ ହୋଇଛନ୍ତି।

‌ତେବେ ରାଜ୍ୟରେ ଏଯାବତ୍ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୨ ହଜାର ୨୩୯ ସଂକ୍ରମିତ । ଏବେ ମୋଟ୍ ୧ ହଜାର ୦୧୩ କରୋନା ଆକ୍ଟିଭ କେସ୍ ରହିଛି ।

Leave A Reply

Your email address will not be published.