Latest Odisha News

BREAKING NEWS

ପୁଣି ୫୦ ହଜାର ମୁହାଁ ସେନ୍‌ସେକ୍ସ, ବଜେଟ୍‌ ପରେ ସେୟାର ମାର୍କେଟ୍‌ରେ ଝଡ଼

ମୁମ୍ୱାଇ: ଗତକାଲି ଉପସ୍ଥାପିତ ହୋଇଥିବା ୨୦୨୧-୨୨ ବଜେଟ୍‌ର ପ୍ରଭାବ ସେୟାର ବଜାରରରେ ଦେଖିବାକୁ ମିଳିଛି । ଏହାକୁ ନେଇ ନିବେଶକ ମହଲରେ ଭଲ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଆଜିର ସେୟାର ବଜାରରେ କାରବାର ଆରମ୍ଭ ହେବାବେଳକୁ ସୂଚକାଙ୍କରେ ବୃଦ୍ଧି ପରିଲିକ୍ଷିତ ହୋଇଛି ।

ସମୟ ୯.୩୮ ବେଳକୁ ସେନ୍‌ସେକ୍ସର କରାବାରରେ ୨.୬୮ ପ୍ରତିଶତ ବୃଦ୍ଧି ପାଇଛି । ଯାହାଫଳରେ ୧,୩୦୪.୫୯ ପେଏଣ୍ଟ ବୃଦ୍ଧି ହୋଇ ସେନ୍‌ସେକ୍ସ ୪୯,୯୦୫.୨୦ରେ ଅଙ୍କରେ ପହଞ୍ଚିଛି । ସେହିଭଳି ଏନ୍‌ଏସ୍‌ଇର ନିଫ୍ଟିରେ ୨.୫ ପ୍ରତିଶତ ବୃଦ୍ଧି ହୋଇ ୧୪,୬୪୨.୯୦ ଅଙ୍କରେ ପହଞ୍ଚିଛି । ସେହିଭଳି ୧୦ଟା ସମୟରେ ସେନ୍‌ସେକ୍ସ ପୁନର୍ବାର ପାଖାପାଖି ୫୦ ହଜାର ଛୁଇଁଛି ଏବଂ ନିଫ୍ଟି ୧୪,୭୦୦ ପଏଣ୍ଟ ପାଖରେ ପହଞ୍ଚିଛି ।

Leave A Reply

Your email address will not be published.