Latest Odisha News

BREAKING NEWS

କଟକରୁ ୬୦ ନୂଆ କରୋନା ପଜିଟିଭ; ସିଏମସିରୁ ସର୍ବାଧିକ ଚିହ୍ନଟ

କଟକ: କଟକରେ ମଙ୍ଗଳବାର ଦିନ ୬୦ ନୂଆ କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି । ଯାହାକୁ ମିଶାଇ କଟକରେ ମୋଟ୍ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂଖ୍ୟା ୧୩୨୭ରେ ପହଞ୍ଚିଛି।

ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି କଟକ ପ୍ରଶାସନ। ଉକ୍ତ ଟ୍ୱିଟ ଅନୁଯାୟୀ କଟକ ଜିଲ୍ଲାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ବ୍ୟକ୍ତିଙ୍କ ମଧ୍ୟରେ ସର୍ବାଧିକ ୪୧ କଟକ ମହାନଗର ନିଗମ ଅଞ୍ଚଳର ରହିଛନ୍ତି । ସେହିପରି ଆଠଗଡରୁ (୨), ବଡମ୍ବାରୁ (୧୦), ବାରଙ୍ଗ (୩) ଓ ନରସିଂହପୁରରୁ ୪ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ଏହା ବ୍ୟତିତ କଟକ ମହାନଗର ନିଗମ (ସିଏମସି)ରୁ ସର୍ବାଧିକ ୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ, କଟକରେ ମୋଟ୍ ୧୮୮୫ କରୋନା ମାମଲା ରହିଥିବା ବେଳେ ୧,୧୮୧ ଜଣ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ଏହାବ୍ୟତିତ ୧୧ ଜଣ କରୋନା ରୋଗୀ ମୃତ୍ୟୁବରଣ କରିଥିବା ବେଳେ ୬୯୦ଟି ସକ୍ରିୟ ମାମଲା ରହିଛି।

Leave A Reply

Your email address will not be published.