Latest Odisha News

BREAKING NEWS

ପରିବା ବିକାଳୀ ସାରଦାଙ୍କୁ ଚାକିରି ଦେଲେ ସୋନୁ ସୁଦ୍

ମୁମ୍ବାଇ: କରୋନା ମହାମାରୀ ଭିତରେ ଶ୍ରମିକଙ୍କ ସହାଯ୍ୟ କରି ପ୍ରଶଂସା ସାଉଟିଥିବା ବଲିଉଡ ଷ୍ଟାର ସୋନୁ ସୁଧ ଏବେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ନିକଟରେ ସେ ହାଇଦ୍ରାବାଦର ଜଣେ ସଫ୍‌ଟଓ୍ଵୟାର ଇଞ୍ଜିନିୟର ରୁ ପରିବା ବିକାଳୀ ସାଜିଥିବା ଯୁବତୀଙ୍କୁ ସାହାଯ୍ୟ କରି ଚର୍ଚ୍ଚାରେ ରହିବା ସହ ପ୍ରଶଂସା ବି ସାଉଁଟିଛନ୍ତି। ଏଥିପାଇଁ ସେ ପୁଣିଥରେ ସମସ୍ତଙ୍କ ନଜରରେ ପାଲଟିଛନ୍ତି ରିଅଲ୍ ହିରୋ । ହାଇଦ୍ରାବାଦର ସାରଦା । ଲକଡାଉନ୍ ଯୋଗୁଁ ସେ ସଫ୍ଟୱୋର ଇଂଜିନିଅରରୁ ପାଲଟିଥିଲେ ପରିବାର ବିକାଳୀ । ନିକଟରେ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଜନୈକା ପରିବାର ବିକାଳୀଙ୍କ ଭିଡିଓ ଟୁଇଟ କରି ସେୟାର କରିଥିଲେ। ଏଥିସହିତ ଉକ୍ତ ବ୍ୟବହାରକାରୀ ଭିଡିଓକୁ ସୋନୁ ସୁଦଙ୍କୁ ଟ୍ୟାଗ୍ କରି ଲେଖିଥିଲେ ଯେ, ‘ପ୍ରିୟ ସୋନୁ ସୁଦ, ଇଏ ହେଉଛନ୍ତି ସାରଦା, ଯାହାଙ୍କୁ କରୋନା ସଙ୍କଟ ସମୟରେ ଏକ ଘରୋଇ କମ୍ପାନୀ ଚାକିରୀରୁ ବାହାର କରିଦେଇଛି । କିନ୍ତୁ ସେ ହାର ନ ମାନି ନିଜ ପରିବାର ଚଳାଇବା ପାଇଁ ପରିବା ବିକିବା ଆରମ୍ଭ କରିଛନ୍ତି । ଏହାପରେ ସୋନୁ ସୁଧ ସାରଦାଙ୍କୁ ଜବ୍ ଅଫର କରିଛନ୍ତି । ତାଙ୍କୁ ଏକ ଭଲ କମ୍ପାନୀରେ ଚାକିରି ଦେଇଛନ୍ତି । ଜଣେ ପରିବା ବିକାଳୀଙ୍କୁ ସୋନୁଙ୍କ ଏଭଳି ସାହାଯ୍ୟ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି ।

କରୋନା ମହାମାରୀ ସମୟରେ ଲୋକଙ୍କୁ ସାହାଯ୍ୟ କରି ବଲିଉଡ ଅଭିନେତା ସୋନୁ ସୁଦ ଚର୍ଚ୍ଚାରେ ରହି ଆସିଛନ୍ତି। ଲକ୍‌ଡାଉନ୍‌ ସମୟରେ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରି ସେମାନଙ୍କ ଘର ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଅଭିନେତାଙ୍କ ଭୂମିକା ବହୁ ଗୁରୁତ୍ୱପୂର୍ଣ୍ଣ ରହିଛି। ଏବେ ସୋନୁ କେବଳ ଯେ ପ୍ରବାସୀମାନଙ୍କୁ ସାହାଯ୍ୟ କରୁଛନ୍ତି ତାହା ନୁହେଁ, ଅସହାୟ ଲୋକଙ୍କ ପାଖରେ ଦେବଦୂତ ସାଜି ପହଞ୍ଚୁଥିବା ବି ନଜର ଆସୁଛନ୍ତି।  ଚଳିତ ମାସ ଆରମ୍ଭରେ ସୋନୁ ପ୍ରବାସୀଙ୍କୁ ସାହାଯ୍ୟ କରିବା ସହିତ ସେମାନଙ୍କୁ ଚାକିରୀ ଦେବା ପାଇଁ ଏକ ନୂଆ ପ୍ରୟାସ ଆରମ୍ଭ କରିଛନ୍ତି । ପ୍ରବାସୀ ‘ରୋଜଗାର ନାମକ’ ଏକ କାର୍ଯ୍ୟକ୍ରମ ଜରିଆରେ ସେ ଅନେକ ଅଭାବୀ ଓ ଆବଶ୍ୟକୀୟଙ୍କ ଚାକିରୀ କରାଇବାକୁ ଚେଷ୍ଟା କରୁଛନ୍ତି ।

Leave A Reply

Your email address will not be published.