ଭୁବନେଶ୍ୱର: ରାଜ୍ୟରେ ୭ ହଜାର ଛୁଇଁବ କରୋନା ପଜିଟିଭ୍ କେସ୍ । ସୁସ୍ଥ ହୋଇଛନ୍ତି ୪ ହଜାର ୭୪୩ । ଆଶ୍ୱସ୍ତିକର ଖବର ହେଉଛି ରାଜ୍ୟର ୬୯ ପ୍ରତିଶତ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ସାରିଛନ୍ତି । ଏବେ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ୨ ହଜାର ୮୬ ଭୂତାଣୁ ସଂକ୍ରମିତ । କିନ୍ତୁ ଚିନ୍ତାଜନକ ପ୍ରସଙ୍ଗ ହେଉଛି, ରାଜ୍ୟର ମୋଟ୍ ଆକ୍ଟିଭ୍ କେସର ଅଧାରୁ ଅଧିକ କେବଳ ୬ଟି ଜିଲ୍ଲାର ଭୂତାଣୁ ସଂକ୍ରମିତ ଅଛନ୍ତି ।
୬ ଜିଲ୍ଲା, ୬୦% ଆକ୍ଟିଭ୍ କେସ୍
ଅଧିକ ପ୍ରଭାବିତ ୬ଟି ଜିଲ୍ଲାରେ ତିନି ଅଙ୍କ ଉପରେ ରହିଛି ଆକ୍ଟିଭ୍ କେସ୍ । ସେସବୁ ଜିଲ୍ଲାଗୁଡ଼ିକ ହେଲା ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର, ଗଜପତି ଓ ଜଗତସିଂହପୁର । ଏହି ଜିଲ୍ଲାଗୁଡ଼ିକରୁ ୧ ହଜାର ୨୬୮ ଆକ୍ରାନ୍ତ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଅର୍ଥାତ୍ ମୋଟ୍ ଆକ୍ଟିଭ୍ କେସରେ ୬୦ ପ୍ରତିଶତ କେବଳ ୬ଟି ଜିଲ୍ଲାର ଅଛନ୍ତି ।

ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୪୬୩ଟି ଆକ୍ଟିଭ୍ କେସ ରହିଥିବା ବେଳେ ଖୋର୍ଦ୍ଧାରେ ୨୩୪, କଟକ ୧୨୧, ଯାଜପୁର ୧୩୫, ଗଜପତି ୩୦୨ ଓ ଜଗତସିଂହପୁର ଜିଲ୍ଲାରେ ୧୧୨ ସକ୍ରିୟ କରୋନା ମାମଲା ରହିଛି । ସେହିପରି ୫୦ରୁ ୧୦୦ଭିତରେ ଚାରିଟି ଜିଲ୍ଲାରେ ଆକ୍ଟିଭ୍ କେସ ରହିଥିବା ବେଳେ ୧୦ରୁ ୫୦ ଆକ୍ଟିଭ କେସ୍ ଭିତରେ ୧୫ଟି ଜିଲ୍ଲା ଆସୁଛି । ବାକି ୫ଟି ଜିଲ୍ଲାରେ ୧୦ ଭିତରେ ରହିଛି ଆକ୍ଟିଭ୍ କେସ ।
BREAKING NEWS
- Explosion: ବାଣ ଭିଡ଼ିବା ବେଳେ ଭୟଙ୍କର ବିସ୍ଫୋରଣ; ନାବାଳକ ସମେତ ୬ ଜଣ ଗୁରୁତର
- No Transit Fee On India In Hormuz Strait: ହରମୁଜ୍ ପ୍ରଣାଳୀରେ ନାହିଁ ଭାରତୀୟ ଜାହାଜ ଉପରେ କୌଣସି ଅତିରିକ୍ତ ଟିକସ…
- Fire Safety Mandatory for All Government Building: ଏଣିକି ସମସ୍ତ ସରକାରୀ କୋଠା ପ୍ରକଳ୍ପରେ ଅଗ୍ନି ନିରାପତ୍ତା ରହିବା ବାଧ୍ୟତାମୂଳକ
- ଲଞ୍ଚ ହେଲା INS ଅରିଧମନ, ସମୁଦ୍ରରେ ଶତ୍ରୁଙ୍କୁ କରିବ ଧ୍ୱଂସ
- New Horror Thriller Film: ୧୨୦ ମିନିଟର ଏକ ହରର-ଥ୍ରୀଲର ଏହି ଫିଲ୍ମ, ଥରି ଉଠିବ ଛାତି…
- ଅବକାରୀ ବିଭାଗର ନୂଆ ଗାଇଡଲାଇନ; ବେଳାଭୂମିରେ ମଦ ବିକିପାରିବ ଓଟିଡିସି..
- LPG ଗୁଜବକୁ ନେଇ କେନ୍ଦ୍ର ସରକାରଙ୍କ କଡା କାର୍ଯ୍ୟାନୁଷ୍ଠାନ, ତୁରନ୍ତ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ନିର୍ଦ୍ଦେଶ
- ଡିଜେଲର ମୂଲ୍ୟ ଲିଟର ପିଛା ୫୨୦.୩୫ ଟଙ୍କା ବୃଦ୍ଧି
- Russia Offers To India: ପ୍ରକୃତ ବନ୍ଧୁ କ’ଣ…ପୁଣି ପ୍ରମାଣ କଲେ ପୁଟିନ…
- Raghav Chadha’s Reaction: ଚର୍ଚ୍ଚା ବଢ଼ାଇଲା ରାଘବ ଚଡ୍ଡାଙ୍କ ନୂଆ ପୋଷ୍ଟ, କହିଲେ ଚାଞ୍ଚ୍ଚଲ୍ୟକର କଥା…
Comments are closed.