ଭୁବନେଶ୍ୱର: ରାଜ୍ୟରେ ୭ ହଜାର ଛୁଇଁବ କରୋନା ପଜିଟିଭ୍ କେସ୍ । ସୁସ୍ଥ ହୋଇଛନ୍ତି ୪ ହଜାର ୭୪୩ । ଆଶ୍ୱସ୍ତିକର ଖବର ହେଉଛି ରାଜ୍ୟର ୬୯ ପ୍ରତିଶତ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ସାରିଛନ୍ତି । ଏବେ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ୨ ହଜାର ୮୬ ଭୂତାଣୁ ସଂକ୍ରମିତ । କିନ୍ତୁ ଚିନ୍ତାଜନକ ପ୍ରସଙ୍ଗ ହେଉଛି, ରାଜ୍ୟର ମୋଟ୍ ଆକ୍ଟିଭ୍ କେସର ଅଧାରୁ ଅଧିକ କେବଳ ୬ଟି ଜିଲ୍ଲାର ଭୂତାଣୁ ସଂକ୍ରମିତ ଅଛନ୍ତି ।
୬ ଜିଲ୍ଲା, ୬୦% ଆକ୍ଟିଭ୍ କେସ୍
ଅଧିକ ପ୍ରଭାବିତ ୬ଟି ଜିଲ୍ଲାରେ ତିନି ଅଙ୍କ ଉପରେ ରହିଛି ଆକ୍ଟିଭ୍ କେସ୍ । ସେସବୁ ଜିଲ୍ଲାଗୁଡ଼ିକ ହେଲା ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର, ଗଜପତି ଓ ଜଗତସିଂହପୁର । ଏହି ଜିଲ୍ଲାଗୁଡ଼ିକରୁ ୧ ହଜାର ୨୬୮ ଆକ୍ରାନ୍ତ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଅର୍ଥାତ୍ ମୋଟ୍ ଆକ୍ଟିଭ୍ କେସରେ ୬୦ ପ୍ରତିଶତ କେବଳ ୬ଟି ଜିଲ୍ଲାର ଅଛନ୍ତି ।

ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୪୬୩ଟି ଆକ୍ଟିଭ୍ କେସ ରହିଥିବା ବେଳେ ଖୋର୍ଦ୍ଧାରେ ୨୩୪, କଟକ ୧୨୧, ଯାଜପୁର ୧୩୫, ଗଜପତି ୩୦୨ ଓ ଜଗତସିଂହପୁର ଜିଲ୍ଲାରେ ୧୧୨ ସକ୍ରିୟ କରୋନା ମାମଲା ରହିଛି । ସେହିପରି ୫୦ରୁ ୧୦୦ଭିତରେ ଚାରିଟି ଜିଲ୍ଲାରେ ଆକ୍ଟିଭ୍ କେସ ରହିଥିବା ବେଳେ ୧୦ରୁ ୫୦ ଆକ୍ଟିଭ କେସ୍ ଭିତରେ ୧୫ଟି ଜିଲ୍ଲା ଆସୁଛି । ବାକି ୫ଟି ଜିଲ୍ଲାରେ ୧୦ ଭିତରେ ରହିଛି ଆକ୍ଟିଭ୍ କେସ ।
BREAKING NEWS
- ଦର୍ଶକଙ୍କ ଉଡ଼ାଇବ ହୋସ୍ ଓଡ଼ିଆ ହରର ଥ୍ରୀଲର ଫିଲ୍ମ ‘ମିଡ୍ ନାଇଟ’; ଏହି ଦିନ ପରଦାକୁ ଆସିବ
- ବିଶ୍ୱ ବ୍ୟାଙ୍କ ଠାରୁ ଋଣ କରିବାକୁ ଚାହୁଁଛନ୍ତି କି ରାଜ୍ୟ ସରକାର: ବିଜେଡି
- ୨୧ ଫେରିବାଲାଙ୍କୁ ବାନ୍ଧିଲା ପୋଲିସ; ୧୦୬୬ ମୋବାଇଲ ସହ ଅଳଙ୍କାର,ବାଇକ୍ ଜବତ
- ୩ ବରିଷ୍ଠ ଆଇଏଏସଙ୍କୁ ପଦୋନ୍ନତି ଦେଲେ ଓଡ଼ିଶା ସରକାର
- ଅଷ୍ଟ୍ରେଲିଆନ ଓପନ ଟେନିସ: ର୍ୟାବକିନା ଜିତିଲେ ମହିଳା ସିଙ୍ଗଲ୍ସ ଟାଇଟଲ
- ଇରାନରେ ଜୋରଦାର ବିସ୍ଫୋରଣ; ପୋର୍ଟ ଓ ଆବାସିକ କୋଠା କ୍ଷତିଗ୍ରସ୍ତ…
- ୧୦ ବିଭାଗର ୧୨ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁର; ନିର୍ମାଣ ହେବ ପ୍ରତିରକ୍ଷା ଏବଂ ଏରୋସ୍ପେସ ସାମଗ୍ରୀ
- ମୋଦିଙ୍କ ଗସ୍ତ ପୂର୍ବରୁ ବୋମା ଧମକ, ଆଲର୍ଟରେ ପ୍ରଶାସନ…
- ଆଇଏଫଏସ ଅଧିକାରୀ କେ.ମୁରୁଗେସାନ୍ ହେଲେ ନୂଆ ପିସିସିଏଫ
- Puri Drowning: ଚକ୍ରତୀର୍ଥ ରୋଡ୍ ସମୁଦ୍ରରେ ବୁଡ଼ି ମାଆ,ପୁଅଙ୍କ ମୃତ୍ୟୁ; ଉଭୟ ଝାଡ଼ଖଣ୍ଡର…
Comments are closed.