Latest Odisha News

BREAKING NEWS

ନୂଆ ବର୍ଷରେ ଶ୍ରୀକ୍ଷେତ୍ର ଜଗିବେ ୬୦ ପ୍ଲାଟୁନ୍ ପୋଲିସ ଫୋର୍ସ

ପୁରୀ: ଇଂରାଜୀ ନବବର୍ଷ ପୂର୍ବରୁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଭିଡ। ଭିଡକୁ ନଜରରେ ରଖି ପ୍ରଶାସନ ତରଫରୁ ହୋଇଛି ଜୋରଦାର ପ୍ରସ୍ତୁତି। ଶ୍ରୀକ୍ଷେତ୍ର ଜଗିବେ ୬୦ ପ୍ଲାଟୁନ୍ ପୋଲିସ ଫୋର୍ସ। ମେଡିକାଲ ଛକରୁ ଶ୍ରୀମନ୍ଦିର, ମେଡିକାଲ ଛକରୁ ବେଳାଭୂମି ପର୍ଯ୍ୟନ୍ତ ଚାରି ଚକିଆ ନିଷେଧ। ମାର୍କେଟ ଛକରୁ ନୋ ଭେହିକିଲ୍ ଜୋନ୍। ମୁତୟନ ରହିବେ ୫ ଫାୟାର କ୍ରାକ୍ ଟିମ୍।

ପୁରୀର ମୁଖ୍ୟ ପ୍ରବେଶ ପଥରେ ଚେକିଂକୁ କଡାକଡି କରାଯିବା ସହ ଭୁବନେଶ୍ୱରରୁ ଆସୁଥିବା ଚାରିଚକିଆ ଯାନ ଜେଲ୍ ରୋଡ ପାର୍କିଂରେ, କୋଣାର୍କରୁ ଆସୁଥିବା ଚାରିଚକିଆ ତାଳବଣିଆ ପାର୍କିଂରେ ଓ ବ୍ରହ୍ମଗିରିରୁ ଆସୁଥିବା ଚାରିଚକିଆ ଯାନ ଷ୍ଟର୍ଲିନ କିମ୍ବା ଯାତ୍ରୀକା ପାର୍କିଂରେ ରହିବ। ସେହିପରି ୩୧ ତାରିଖ ଠାରୁ ୧ ତାରିଖ ପର୍ଯ୍ୟନ୍ତ ମେଡିକାଲ୍ ଛକଠାରୁ ଶ୍ରୀମନ୍ଦିର ଓ ମେଡିକାଲ୍ ଛକଠାରୁ ବେଳାଭୂମି ପର୍ଯ୍ୟନ୍ତ କୌଣସି ଚାରିଚକିଆ ଯାନ ଯାତାୟାତ କରିବ ନାହିଁ।

ସେହିପରି ୩୧ ତାରିଖ ଠାରୁ ୧ ତାରିଖ ପର୍ଯ୍ୟନ୍ତ ମାର୍କେଟ ଛକଠାରୁ NO VEHICLE ZONE ହେବ। ଶ୍ରୀମନ୍ଦିର ବାହାରେ ଓ ଶ୍ରୀମନ୍ଦିର ଭିତରେ ଭିଡ ନିୟନ୍ତ୍ରଣ ସହ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଭିତରେ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି। ଅନ୍ୟପଟେ ବେଳାଭୂମିରେ ପର୍ଯ୍ୟଟକଙ୍କ ସୁରକ୍ଷିତ ସ୍ନାନ ପାଇଁ ପର୍ଯ୍ୟାପ୍ତ ପରିମାଣର ଲାଇଫଗାର୍ଡ ମୁତୟନ ହେବାସହ ଜିରୋ ନାଇଟ୍ ସେଲିବ୍ରେସନ ବେଳେ ପାଟ୍ରୋଲିଂକୁ ମଧ୍ୟ କଡାକଡି କରାଯିବ।

ସେହିପରି ମଦ୍ୟପାନ କରି ଗାଡି ଚଳାଉଥିବା ବ୍ୟକ୍ତିଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଆନ୍ତରାଜ୍ୟ ଲୁଟେରା ଗ୍ୟାଙ୍ଗ୍ ଉପରେ ତୀକ୍ଷ୍ମ ନଜର ରଖାଯିବ ବୋଲି ଏସପି କହିଛନ୍ତି। ଏହି ଦୁଇଦିନ ଷ୍ଟେସନ ପରିସରରେ ଭିଡ଼ ରହିବ। ଟ୍ରେନ ଯୋଗେ ପର୍ଯ୍ୟଟକ ମାନେ ପୁରୀ ଆସିଥାନ୍ତି। ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଜିଆରପି ଏବଂ ଆରପିଏଫେ ଓ ଷ୍ଟେସନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିବା କହିଛନ୍ତି ଷ୍ଟେସନ ଅଧିକାରୀ।

Leave A Reply

Your email address will not be published.