Latest Odisha News

BREAKING NEWS

ଦ୍ରୌପଦୀଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବାକୁ ଦିଲ୍ଲୀରେ ୬୦ ସମ୍ପର୍କୀୟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ମୂୟୂରଭଞ୍ଜ ଉପରବେଡାର ଝିଅ ଦ୍ରୌପଦୀ ମୁର୍ମୁ ଆଜି ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ନେବେ। ଏହି ଶପଥ ସମାରୋହରେ ସାମିଲ ହେବାକୁ ନିଜ ଗାଁର ଲୋକ ଏବଂ ସମ୍ପର୍କୀୟ ଏବେ ରାଜଧାନୀ ଦିଲ୍ଲୀରେ। ମିଳିଥିବା ସୂଚନା ଅନୁଯାୟୀ ଦ୍ରୌପଦୀଙ୍କ ସମ୍ପର୍କୀୟ ପାଖାପାଖି ୬୦ ଜଣ ଦିଲ୍ଲୀ ଆସିଛନ୍ତି ବୋଲି ସୂଚନା ରହିଛି। ଯେଉଁଥିରେ ତାଙ୍କର ସାନ ଭାଇ ଓ ଭାଉଜ ମଧ୍ୟ ରହିଛନ୍ତି। ଆଉ ଯେଉଁମାନେ ଆସିପାରିନାହାନ୍ତି ସେମାନେ ଟିଭି ଏବଂ ଇଣ୍ଟରନେଟ ଜରିଆରେ ଅନ୍ ଲାଇନ ନିଜ ଗାଁ ଝିଅର ଶପଥ ସମାରୋହରେ ସାମିଲ ହୋଇ ଗର୍ବିତ ହେବେ।

ଗୁରୁବାର ଭୋଟିଂ ପାଖରୁ ଦ୍ରୌପଦୀ ମୁର୍ମୁଙ୍କ ଗାଁରେ ଏକ ପ୍ରକାର ଉତ୍ସବର ମାହୋଲ ରହିଛି। ଗାଁ ଲୋକେ ଭୋଜିଭାତ ପାଖରୁ ଆରମ୍ଭ କରି ମିଠା ବାଣ୍ଟୁଛନ୍ତି । ଆଉ ଏହି ଉତ୍ସବ ଆଜି ପରେ ଟିକିଏ କମିବାକୁ ଯାଉଛି।

ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଣେଷୀ ଲାଲ, ମୟୂରଭଞ୍ଜର ବିଜେପି ବିଧାୟକ, ରାଜ୍ୟର ସମସ୍ତ ସାଂସଦ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ସେହିପରି ପୂର୍ବରୁ ରାଜ୍ୟପାଳ ଦାୟିତ୍ୱରେ ଥିବା ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏହି ବୈଠକରେ ଯୋଗ ଦେଇନପାରନ୍ତି। ଗତକାଲି ସେ ଦ୍ରୌପଦୀଙ୍କୁ ଭେଟି ଝାଡଖଣ୍ଡ ଫେରିଯାଇଥିବା ସୂଚନା ରହିଛି। କିନ୍ତୁ ଝାଡଖଣ୍ଡର ବିରୋଧୀ ଦଳର ନେତା ବାବୁଲାଲ ମାରାଣ୍ଡି, ରାଜ୍ୟପାଳ ରମେଶ ବାୟିଶ (Ramesh Bais) ପ୍ରମୁଖ ଶପଥ ସମାରୋହରେ ସାମିଲ ହେବେ।

ଦ୍ରୌପଦୀ ମୁର୍ମୁ ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ଭାବେ ଶପଥ ନେବାକୁ ଯାଉଛନ୍ତି। ଶପଥ ଗ୍ରହଣ ସମାରୋହରେ ସେ ଏକ ପାରମ୍ପାରିକ ସାନ୍ଥାଳି ଶାଢୀ ପିନ୍ଧିବେ। ଏହି ଶାଢୀଙ୍କୁ ତାଙ୍କ ଭାଉଜ ସୁକୁରୀ ଟୁଡୁ ତାଙ୍କ ଗାଁରୁ ଆଣିଛନ୍ତି। ସୁକ୍ରିଙ୍କ ସ୍ୱାମୀ ତାରିନିସେନ ମଧ୍ୟ ଭଉଣୀର ଶପଥ ଗ୍ରହଣ ସମାରୋହରେ ଯୋଗଦେବେ। ପୂର୍ବ ଭାରତର ଆଦିବାସୀ ମହିଳା ବିଶେଷ ଉତ୍ସବରେ ସାନ୍ତାଳି ସମ୍ପ୍ରଦାୟର ମହିଳାମାନେ ଝେଲ ଶାଢୀ ପିନ୍ଧନ୍ତି। ସାନ୍ତାଳୀ ଶାଢୀଗୁଡ଼ିକର ଲମ୍ବରେ ସମାନ ଧାଡି ଏବଂ ଉଭୟ ମୁଣ୍ଡରେ ସମାନ ଡିଜାଇନ୍ ରହିଥାଏ।

ସୁକୁରୀ ତାଙ୍କ ସ୍ୱାମୀ ଏବଂ ପରିବାର ସହିତ ମୟୂରଭଞ୍ଜ ଜିଲ୍ଲାର ରାୟରଙ୍ଗପୁର ନିକଟ ଉପରବେଡା ଗ୍ରାମରେ ରୁହନ୍ତି। ସୁକୁରୀ ନଣନ୍ଦର ଶପଥ ସମାରୋହରେ ଯୋଗଦେବାକୁ ଯିବା ପାଇଁ ବହୁତ ଉତ୍ସାହିତ ବୋଲି କହିଥିଲେ। ଏଥିପାଇଁ ସେ ‘ଆରିସା ପିଠା’ ମଧ୍ୟ ନେଇଛନ୍ତି। ରାଷ୍ଟ୍ରପତି ଭବନର ପ୍ରୋଟକୋଲ ବାବଦରେ ସେ ଜାଣିନାହାନ୍ତି। କିନ୍ତୁ ନଣନ୍ଦକୁ ସେ ଆଣିଥିବା ଶାଢୀକୁ ପିନ୍ଧି ଶପଥ ସମାରୋହରେ ସାମିଲ ହେବାକୁ ଅନୁରୋଧ କରିବେ ବୋଲି ସୁକୁରୀ କହିଛନ୍ତି।

Leave A Reply

Your email address will not be published.