ଚୀନ୍: ଆଜିକାଲି ଲୋକେ ନିଜକୁ ଫିଟ୍ ଓ ସୁନ୍ଦର ଦେଖାଯିବାକୁ ବିଭିନ୍ନ ଉପାୟ ଆପଣାଉଛନ୍ତି । ଆଉ କିଛି ଲୋକ ନିଜକୁ ଏମିତି ଫିଟ୍ ରଖନ୍ତି ଯେ, ତାଙ୍କ ବୟସ ଜାଣିବା କଷ୍ଟକର ହୋଇପଡ଼େ । ସେହିପରି ଆଉ କିଛି ଲୋକ ଅଳ୍ପ ବୟସରେ ଯଥେଷ୍ଟ ପରିପକ୍ୱ ଦେଖାଯାନ୍ତି । କାରଣ ହେଉଛି ଖରାପ ଫିଟନେସ୍ । ଚୀନ୍ରେ ଏପରି ଜଣେ ମହିଳା ଅଛନ୍ତି ଯିଏ ବୃଦ୍ଧାବସ୍ଥାରେ ମଧ୍ୟ ୨୨ ବର୍ଷୀୟା ଯୁବତୀଙ୍କ ପରି ଦେଖାଯାନ୍ତି । ତାଙ୍କର ଚମତ୍କାର ଫିଟନେସ୍ ହେତୁ ସେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାରେ ।
ଚୀନ୍ର ଜିଆଙ୍ଗସୁରେ ରୁହନ୍ତି ବାଓ ଶାଓଲିଙ୍ଗ । ବୟସ ୬୦ ବର୍ଷ ହେଲାଣି । ଏହି ବୟସରେ ସେ ପାର୍ଟ ଟାଇମ୍ କାର୍ଡିଓ ଟ୍ରେନର ଏବଂ ୫ ଟି ଜିମରେ ଟ୍ରେନର ଭାବେ କାମ କରନ୍ତି । ତାଙ୍କୁ ଯେତେବେଳେ ୩୮ ବର୍ଷ ବୟସ ହୋଇଥିଲା ସେତେବେଳେ ସେ ଫିଟନେସ୍ ଟ୍ରେନିଂରେ ଯୋଗ ଦେଇଥିଲେ । ଆଉ ନିଜର ଓଜନ ହ୍ରାସ କରିବାକୁ ଏରୋବିକ୍ସ କ୍ଲାସରେ ଯୋଗ ଦେଲେ । ବାଓ ପ୍ରତିଦିନ ସକାଳ ୭.୩୦ ରେ ଉଠନ୍ତି ଏବଂ ୩ ଘଣ୍ଟା ବ୍ୟାୟାମ କରନ୍ତି । ପରେ ଅପରାହ୍ନ ୩ଟାରୁ ୫ଟା ବି ବ୍ୟାୟାମ କରିଥାନ୍ତି । ବିଭିନ୍ନ ଖାଦ୍ୟ ଉପରେ ବି ନିୟନ୍ତ୍ରଣ ରଖିଥାନ୍ତି । ଏହି ବୟସରେ ଏବେ ତାଙ୍କ ଅଣ୍ଟା ୨୭ ଇଞ୍ଚ ରହିଥିବାବେଳେ ୨୦ ବର୍ଷ ବୟସରେ ଏହା ୨୫ ଇଞ୍ଚ ଥିଲା ।
ବାଓ କହିଛନ୍ତି ଯେ, ଫିଟନେସ୍ ମୋ ଜୀବନର ଏକ ଅଂଶ । ଏହାଦ୍ୱାରା ମୁୁଁ ମାନସିକ ଏବଂ ଶାରୀରିକ ସୁସ୍ଥତା ଅନୁଭବ କରିଥାଏ । ମୋର ଅଧିକାଂଶ ପ୍ରଶଂସକ ୨୦-୨୫ ବର୍ଷର ବୟସର ଅଟନ୍ତି ।
Comments are closed.