Latest Odisha News

BREAKING NEWS

ଦିନକରେ ସୁସ୍ଥ ହେଲେ ସର୍ବାଧିକ ୬୦୮ ଆକ୍ରାନ୍ତ

ଭୁବନେଶ୍ୱର: ୨୪ ଘଂଟା ମଧ୍ୟରେ ସଂକ୍ରମିତଙ୍କ ତୁଳନା ବଢ଼ିଲା ସୁସ୍ଥ ହାର । ଆଜି ଗୋଟିଏ ଦିନରେ ରାଜ୍ୟରେ ସର୍ବାଧିକ ୬୦୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ କରୋନାରୁ ଆରୋଗ୍ୟ ଲାଭ କରିଥିବା ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୧୯୩୮ରେ ପହଂଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି ।

ତେବେ ଏହି ୬୦୮ ସୁସ୍ଥଙ୍କ ମଧ୍ୟରେ ଗଞ୍ଜାମରେ ସର୍ବାଧିକ ୨୭୯ ଜଣ ରହିଥିବା ବେଳେ ଯାଜପୁରର ୮୪ ଜଣ, ଖୋର୍ଦ୍ଧାର ୫୦ ଜଣ, କଟକର ୪୨, କେଉଁଝରର ୨୩, ମାଲକାନଗିରିର ୨୧, ପୁରୀର ୨୧, ସୁନ୍ଦରଗଡ଼ର ୧୫, ମୟୂରଭଞ୍ଜର ୧୨, ବରଗଡ଼ର ୧୧, କୋରାପୁଟର ୯ ଜର ସୁସ୍ଥ ହୋଇଛନ୍ତି ।

ସେହିଭଳି କନ୍ଧମାଳର ୮, ଜଗତସିଂହପୁରର ୭ ଜଣ ସୁସ୍ଥ ହୋଇଥିବା ବେଳେ ଅନୁଗୁଳ ବାଲେଶ୍ୱର ଓ ନବରଙ୍ଗପୁରର ୬ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ଭଦ୍ରକର ୫ ଜଣ ସୁସ୍ଥ ହୋଇଥିବା ବେଳେ ଗଜପତିର ୩ ଜଣ, କେନ୍ଦ୍ରାପଡ଼ା ଓ ସମ୍ବଲପୁରର ଦୁଇ ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିଭଳି ଢ଼େଙ୍କାନାଳର ମଧ୍ୟ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Leave A Reply

Your email address will not be published.