Latest Odisha News

BREAKING NEWS

କେରଳରେ ଗୋଷ୍ଠୀ ସଂକ୍ରମଣ !

ଥିରୁଭନନ୍ତପୁରମ: ସାରା ଦେଶକୁ କଲବଲ କରୁଛି କିଲର ଭାଇରାସ କରୋନା । ଚାରିଆଡେ କୋଭିଡ-୧୯ ତା’ର କାୟା ବିସ୍ତାର କରିଛି । ଏହାରି ଭିତରେ ଏକ ଭଳି ତଥ୍ୟ ସାମ୍ନାକୁ ଆସିଛି ଯାହା ଲୋକଙ୍କ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି । କେରଳର କିଛି ଅଂଚଳରେ କରୋନା ଗୋଷ୍ଠୀ ସଂକ୍ରମଣ ହୋଇଥିବା ଜଣାପଡିଛି । ପ୍ରଥମଥର ପାଇଁ କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ୍ ଏନେଇ ସୂଚନା ଦେଇଛନ୍ତି ।

ସେ କହିଛନ୍ତି, କେରଳର ରାଜଧାନୀ ଥିରୁଭନନ୍ତପୁରମରେ ସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଛି । ପୁନ୍ଥୁରା ଓ ପୁଲ୍ଲୁଭଲ୍ଲା ଅଂଚଳରେ କରୋନା ଗୋଷ୍ଠୀ ସଂକ୍ରମଣ ହୋଇଥିବା ଜଣାପଡିଛି । ପୁନ୍ଥୁରାରେ ୫୦ ଜଣଙ୍କ ନମୂନା ପରୀକ୍ଷା କରିବା ପରେ ସେମାନଙ୍କ ମଧ୍ୟରୁ ୨୬ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ସେହିପରି ପୁଲ୍ଲୁଭିଲ୍ଲା ଅଂଚଳରେ ୫୭ ଜଣଙ୍କ ମଧ୍ୟରୁ ୨୮ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ତେବେ ଏମାନେ କେଉଁଠାରୁ ସଂକ୍ରମିତ ହୋଇଛନ୍ତି ସେ ନେଇ କୌଣସି ସୂଚନା ନାହିଁ ।

ଗୋଷ୍ଠୀ ସଂକ୍ରମଣ ରୋକିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ଅନ୍ୟପଟେ କେରଳରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଗୋଷ୍ଠୀ ସଂକ୍ରମଣ ହୋଇଥିବା ଅଂଚଳରେ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ସୂଚନାଯୋଗ୍ୟ ଯେ, କେରଳରେ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ହଜାର ପର୍ ହୋଇଛି । ସେଥିମଧ୍ୟରୁ ୪,୯୯୫ ଜଣ ସୁସ୍ଥ ହୋଇଥିବା ବେଳେ ୬,୦୩୩ ଜଣ ଚିକିତ୍ସାଧୀନ ଅଛନ୍ତି । ୩୮ ଜଣଙ୍କ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.