Latest Odisha News

୬୦ ବର୍ଷରେ ପାଦ ଥାପିବେ ସଂଳାପକାର ଡକ୍ଟର ରଜନୀ ରଂଜନ

ଭୁବନେଶ୍ୱର: ଆସନ୍ତା ୧୩ ତାରିଖରେ ସଂଳାପକାର ଓ ଗୀତିକାର ରଜନୀ ରଂଜନଙ୍କ ୬୦ତମ ଜନ୍ମଦିନ । ଏହି ଅବସରରେ ଭୁବନେଶ୍ୱର ଜୟଦେବ ଭବନରେ ରଜନୀ ରଂଜନ ଆଟ ୬୦ ନାମରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ୬୦ ବର୍ଷ ୬୦ ଚଳଚ୍ଚିତ୍ର ୬୦ ଆୱାର୍ଡ ଥିମ୍‌କୁ ନେଇ ପ୍ରସ୍ତୁତ ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଧାୟକ ଅରବିନ୍ଦ ଢାଲିି, ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର, ରାଜ୍ୟ ଚଳଚ୍ଚିତ୍ର ନିଗମର ଅଧ୍ୟକ୍ଷ କୁନା ତ୍ରିପାଠୀ, ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ଗୋପାଳ ମହାପାତ୍ର, ମଂଜରୀ ଟିଭିର ମୁଖ୍ୟ ରତିକାନ୍ତ ଶତପଥ, ଅଭିନେତ୍ରୀ ଅନୁ ଚୌଧୁରୀ ପ୍ରମୁଖ ଅତିଥି ଭାବେ ଯୋଗ ଦେବେ ।

ଏହି ଅବସରରେ ତାଙ୍କ ଜୀବନ ଉପରେ ଆଧାରିତ ଏକ ପୁସ୍ତିକା ‘ସଂଳାପକାର ଓ ଗୀତିକାର ଡକ୍ଟର ରଜନୀ ରଂଜନ’ ନାମରେ ଉନ୍ମୋଚନ ହେବ । ତାଙ୍କର ‘ଲଭ ଡଟ୍ କମ’୍ ଚଳଚ୍ଚିତ୍ରର ‘ସବୁ ଭୁଲର ପ୍ରାୟଶ୍ଚିତ ଅଛି ସବୁ ଭୁଲର କ୍ଷମା..ପ୍ରେମ ଏମିତିକା ପବିତ୍ର ପାପଟେ ପ୍ରାୟଶ୍ଚିତ ନାହିଁ ଜମା’, ‘ବୋଉ’ ଚଳଚ୍ଚିତ୍ରର ‘ମମତା ନଈରେ ସୁନା ବୋଇତ ଆକାଶରୁ ବଡ ଯାର ପଣତ ସେ ବୋଉ’, ‘ଆରେ ସାଥୀ ଆ’ ଚଳଚ୍ଚିତ୍ରରେ ‘ବଡ କଠିନ ସେ ପ୍ରୀତି ପାଇବା’ , ‘ହସିବ ମୋ ସୁନା ସଂସାର’ରେ-‘ଜୀବନଟା ବିନ୍ଦାସ ଖୋଲା ବହି ଏଠି ପ୍ରଶ୍ନ ନାହିଁ କି ଉତ୍ତର ନାହିଁ’ ଗୀତ ବେଶ୍ ହିଟ୍ ହୋଇଥିଲା ।

Leave A Reply

Your email address will not be published.