Latest Odisha News

BREAKING NEWS

କରୋନା ଭୟ: ବ୍ୟାନ ହେଲା ଟୁରିଷ୍ଟ ଭିସା, ଘରେ ରହି କାର୍ଯ୍ୟ ସମ୍ପାଦନ କରିବାକୁ ନିର୍ଦ୍ଦେଶ ଦେଲା ଫ୍ଲିପକାର୍ଟ

ନୂଆଦିଲ୍ଲୀ: କରୋନାର କରାଳ କାୟାରେ ସାରବିଶ୍ୱ । ଭାରତରେ ମଧ୍ୟ ଏହା କାୟା ବିସ୍ତାର କରି ଚାଲିଛି । ପୁନେରେ ୮ଟି ଏବଂ ମୁମ୍ବାଇରେ ୨ ଟି ସଂକ୍ରମଣ ମାମଲା ପରେ ମହାରାଷ୍ଟ୍ରରେ ୧୦ ଏବଂ ସମଗ୍ର ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୬୮ କୁ ବୃଦ୍ଧି ପାଇଛି। ମୁମ୍ବାଇର ଦୁଇଜଣ ବୃଦ୍ଧ ଦମ୍ପତି କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସୂଚନା ଦେଇଛନ୍ତି ଯେ, ସେମାନଙ୍କୁ ଡାକ୍ତରଖାନାରେ ରଖାଯାଇଛି। ସେ ଲୋକମାନଙ୍କୁ ଭାରତକୁ ନ ଫେରିବାକୁ ଏବଂ ନିଜ ଘରେ “ଅଲଗା” ରହିବାକୁ କହିଛନ୍ତି ।

ବୋର୍ଡ ପରୀକ୍ଷା ଜାରି ରହିଛି ତେଣୁ ବର୍ତ୍ତମାନ ବିଦ୍ୟାଳୟଗୁଡ଼ିକ କାର୍ଯ୍ୟକ୍ଷମ ଅଛି, କିନ୍ତୁ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଛୁଟି ଘୋଷଣା କରିବ ବୋଲି ଠାକରେ କହିଛନ୍ତି।

ସାରା ବିଶ୍ୱରେ ୧.୨ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ଏଥିରେ ସଂକ୍ରମିତ ହୋଇ ସାରିଛନ୍ତି । ବର୍ତ୍ତମାନ ଇରାନ, ଇଟାଲୀ, ଦକ୍ଷିଣ କୋରିଆ, ସ୍ପେନ୍, ଫ୍ରାନ୍ସ ଏବଂ ଜର୍ମାନୀରେ ପ୍ରାୟ ୩୦ ହଜାର ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି ।

ଭାରତ ସରକାର ଦେଶକୁ ଆସୁଥିବା ସମସ୍ତ ବିଦେଶୀ ନାଗରିକଙ୍କ ଭିସାକୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି।

ଇତିମଧ୍ୟରେ, ପେଟିଏମ୍, କଗ୍ନିଜାଣ୍ଟ, ଗୁଗୁଲ୍, ଡେଲ୍, ଫ୍ଲିପକାର୍ଟ ଭଳି କମ୍ପାନୀଗୁଡିକ ସେମାନଙ୍କ କର୍ମଚାରୀଙ୍କ ପାଇଁ ଘରେ ରହି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛି । ଇଟାଲୀ, ହଂକଂ, ସିଙ୍ଗାପୁର ଇତ୍ୟାଦି ଦେଶକୁ ଅଣ-ଗୁରୁତର ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।

ଫ୍ଲିପକାର୍ଟ ବେଙ୍ଗାଲୁରୁରେ ଘରେ ରହି ମଧ୍ୟ କାର୍ଯ୍ୟ ସମ୍ପାଦନ କରିବା ବାଧ୍ୟତାମୂଳକ କରିଦେଇଛି ।ଏହି ଇ-କମର୍ସ କମ୍ପାନୀର ପାଖାପାଖି ୮ ରୁ ୧୦ ହଜାର କର୍ମଚାରୀ କାମ କରୁଛନ୍ତି।

Leave A Reply

Your email address will not be published.