Latest Odisha News

BREAKING NEWS

ଜବତ ହେଲା ବ୍ରହ୍ମପୁରରୁ ଆନ୍ଧ୍ରକୁ ଚାଲାଣ ହେଉଥିବା ରୂପା ଇଟା; ୩ ଗିରଫ

ବ୍ରହ୍ମପୁର: ବ୍ରହ୍ମପୁରରୁ ଚାଲାଣ ହେଉଥିବା ପ୍ରାୟ ୨୦ ଲକ୍ଷ ଟଙ୍କାର ରୂପା ଇଟାକୁ ଆନ୍ଧ୍ରପ୍ରଦେଶ ପୋଲିସ ଜବତ କରିଛି । ଘଟଣାରେ ସମ୍ପୃକ୍ତି ନେଇ ପୋଲିସ ୩ ଜଣଙ୍କୁ ଗିରଫ କରିଛି ।

ଗିରଫ ଯୁବକ ମାନେ ହେଲେ ମଛଲିପଟନମର ପି ସୁରି ବାବୁ, ଇଜାଦ୍ ଗୋବିନ୍ଦ ଏବଂ ନରସିଂହମୁଲୁ । ଯେଉଁମାନେ କି ଓଡିଶା-ଆନ୍ଧ୍ରପ୍ରଦେଶ ସୀମାବର୍ତ୍ତୀ ପୁରୁଷୋତ୍ତମପୁର ନିକଟ ଚେକ୍ ପୋଷ୍ଟରୁ ଧରାପଡିଥିଲେ । ୬୧ କେଜି. ଓଜନର ରୂପା ଇଟାକୁ କାରରୁ ଜବତ କରାଯାଇଥିଲା ବୋଲି ସୁତ୍ରରୁ ପ୍ରକାଶ ।

ପୋଲିସର ସୂଚନାନୁଯାୟୀ ଏହି ତିନି ଜଣ ରୂପା ଇଟା ସମ୍ପର୍କରେ ଉପଯୁକ୍ତ ଦସ୍ତାବିଜ୍ ଦେଖାଇ ପାରିନଥିଲେ । ଯାହା ଫଳରେ ତାଙ୍କୁ ଧରା ଯାଇଥିଲା ।

ଏହି ରୂପା ଇଟାକୁ କିଏ ଚାଲାଣ କରୁଛି, ସେନେଇ ଏଯାବତ୍ ପଡିନଥିବା ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.