ଭୁବନେଶ୍ବର: ମା’ଙ୍କ ଆଗମନରେ ଚଳଚଞ୍ଚଳ ହୋଇ ଉଠିଛି ପୂରଠୁ ପଲ୍ଲୀ । ସେହିପରି ଭୁବନେଶ୍ୱର ଉପକଣ୍ଠ ବରିମୁଣ୍ଡ ପଞ୍ଚାୟତର ଟାଙ୍ଗୀବନ୍ତ ଦୁର୍ଗା ପୂଜା କମିଟି ପକ୍ଷରୁ ଚଳିତବର୍ଷ ମା’ଦୁର୍ଗାଙ୍କ ୬୨ ଫୁଟ୍ ଉଚ୍ଚ ମୂର୍ତ୍ତି ହୋଇଛି ; ଯାହା ବେଶ୍ ଚର୍ଚ୍ଚାରେ ରହିଛି ।
ମାଆଙ୍କ ବିରାଟ ମୂର୍ତ୍ତି ତଳେ ୧୨ଫୁଟର ୪ ଟି ସିଂହ ନିର୍ମାଣ କରାଯାଇଛି। , ମଣ୍ଡପରେ ମାଆଙ୍କୁ ଦର୍ଶନ କରିବା ସହ ସନ୍ଧ୍ୟାରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼ ।
୬୨ଫୁଟର ମୂର୍ତ୍ତି ସାଙ୍ଗକୁ ୭୫ ଫୁଟର ତୋରଣ ବେଶ୍ ଆକର୍ଷଣୀୟ ହୋଇଛି । ମଣ୍ଡପର ତୋରଣକୁ ୭୫ ଫୁଟ ଉଚ୍ଚ କରିବା ସହିତ ବିଭିନ୍ନ ଆଲୋକମାଳାରେ ସଜ୍ଜିତ କରାଯାଇଛି । ବରିମୁଣ୍ଡ ପଞ୍ଚାୟତ ଟାଙ୍ଗିବନ୍ତ ଦୁର୍ଗାପୂଜା ଚଳିତ ବର୍ଷ ୭ମ ବର୍ଷରେ ପଦାର୍ପଣ କରୁଛି।
ପ୍ରତ୍ୟେକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା ସହିତ ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ ପାଇଁ ମୀନାବଜାର, ଦୋଳି ସହ ଖାଦ୍ୟର ପସରା ମେଲିଛି । ପୂଜା ମଣ୍ଡପକୁ ପ୍ରଦୂଷଣ ମୁକ୍ତ ରଖାଯିବ, ପଲିଥିନ୍ ବ୍ୟବହାରକୁ ନିଷେଧ କରାଯାଇଛି।
ସୂଚନାଥାଉକି, ବାରଙ୍ଗ ମଧୁବନର କୁଶଳୀ କାରିଗରମାନଙ୍କ ନେତୃତ୍ବରେ ୧୭ଜଣ ବଙ୍ଗୀୟ ମୂର୍ତ୍ତିକାର ମା’ଙ୍କ ମୂର୍ତ୍ତି ଗଢିଛନ୍ତି । ଏତେ ଉଚ୍ଚର ମୂର୍ତ୍ତି ନିର୍ମାଣ କରି ଟାଙ୍ଗିବନ୍ତ ରେକର୍ଡ କରିବାକୁ ଯାଉଛି। ତେଣୁ ଉତ୍ତର ଭୁବନେଶ୍ବର ଅନ୍ତର୍ଗତ ପାଞ୍ଚ ପଞ୍ଚାୟତରେ ଟାଙ୍ଗିବନ୍ତ କମିଟିର ଏଭଳି ପଦକ୍ଷେପ ଖୁସିର ଲହରି ଖେଳାଇଦେଇଛି।
Comments are closed.