Latest Odisha News

BREAKING NEWS

Dantewada Naxalites surrender: ୬୩ ମାଓବାଦୀଙ୍କ ଆତ୍ମସମର୍ପଣ; ମୁଣ୍ଡରେ ଥିଲା କୋଟିଏରୁ ଅଧିକ ପୁରସ୍କାର ରାଶି

ରାୟପୁର: ଛତିଶଗଡ଼ ସରକାରଙ୍କ ପୁନର୍ବାସ ଯୋଜନା ଦ୍ୱାରା ଅନୁପ୍ରାଣିତ ହୋଇ ଦାନ୍ତେୱାଡା ଜିଲ୍ଲାରେ ୬୩ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଅସ୍ତ୍ରଶସ୍ତ୍ର ଛାଡି ନକ୍ସଲମାନେ ଶାନ୍ତିପୂର୍ଣ୍ଣ ଏବଂ ମର୍ଯ୍ୟାଦାପୂର୍ଣ୍ଣ ଜୀବନ ବଞ୍ଚିବାକୁ ପ୍ରତିଜ୍ଞା କରିଛନ୍ତି।

ସୂଚନାଥାଉକି, ଆଜି ୧.୧୯ କୋଟି ଟଙ୍କାରୁ ଅଧିକ ପୁରସ୍କାର ରାଶି ଥିବା ୩୬ ଜଣ ନକ୍ସଲ ସମେତ ୬୩ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ୬୩ ଜଣ ନକ୍ସଲ ଆତ୍ମସମର୍ପଣଙ୍କ ମଧ୍ୟରୁ ୧୮ ଜଣ ମହିଳା ରହିଛନ୍ତି । ଏହି ଘଟଣା ରାଜ୍ୟରେ ନକ୍ସଲବାଦ ବିରୋଧରେ ଚାଲିଥିବା ଲଢ଼େଇରେ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ସାବ୍ୟସ୍ତ ହୋଇପାରେ।

ଏସ୍ ପି ଗୌରବ ​​ରାୟ ଆହୁରି ସୂଚନା ଦେଇଛନ୍ତି ଯେ ଆତ୍ମସମର୍ପଣ କରିଥିବା ନକ୍ସଲବାଦୀମାନଙ୍କୁ ଆଧାର କାର୍ଡ, ପ୍ୟାନ୍ କାର୍ଡ, ରାସନ୍ କାର୍ଡ ଏବଂ ବ୍ୟାଙ୍କ ଆକାଉଣ୍ଟ ସମେତ ବିଭିନ୍ନ ସରକାରୀ ଯୋଜନା ସହିତ ଯୋଡ଼ିବା ପାଇଁ ସ୍ୱତନ୍ତ୍ର ଶିବିର ଆୟୋଜନ କରାଯାଉଛି। ଯାହାଦ୍ୱାରା ଭବିଷ୍ୟତରେ ସେମାନେ ଛତିଶଗଡ଼ ସରକାରଙ୍କ ସମସ୍ତ କଲ୍ୟାଣକାରୀ ଯୋଜନାର ଲାଭ ପାଇପାରିବେ ଏବଂ ବିକାଶ ପଥରେ ଆଗକୁ ବଢ଼ିପାରିବେ।

Comments are closed.