Latest Odisha News

BREAKING NEWS

ଜମି ବିକ୍ରି କରି ୫୫ ବର୍ଷୀୟ ପ୍ରେମିକଙ୍କ ସହ ଫେରାର ହୋଇଗଲେ ୬୩ ବର୍ଷର ପ୍ରେମିକା

ଅମରୋହ: ପ୍ରେମ ମାନେନା ବୟସ । ଲୋକ ଲାଜ ପ୍ରେମୀ ଯୁଗଳଙ୍କ ପାଇଁ ବାଧା ସୃଷ୍ଟି କରିପାରେ ନାହିଁ । ଏ ଭଳି ଏକ ଘଟଣା ଉତରପ୍ରଦେଶର ଅମରୋହ ଅଂଚଳରେ ଘଟିଛି । ଏଠାରେ ଜଣେ ୬୩ ବର୍ଷୀୟା ମହିଳା ଜମି ବିକ୍ରି କରି ୫୫ ବର୍ଷର ପ୍ରେମିକ ସହ ପଳାଇ ଯାଇଛନ୍ତି । ମହିଳାଙ୍କ ଏହି ପଦକ୍ଷେପ ଯୋଗୁ ତାଙ୍କ ଝିଅମାନେ ହଇରାଣରେ ପଡି ଯାଇଛନ୍ତି । ତେଜରାମ ସିଂ ତାଙ୍କ ୬୩ ବର୍ଷୀୟା ପତ୍ନୀ ଭଗବତିୟାଙ୍କ ସହ ଏକତ୍ର ରହୁଥିଲେ । ସେମାନଙ୍କର ୩ଟି ଝିଅ ଅଛନ୍ତି । ଝିଅମାନଙ୍କ ବିବାହ ସମ୍ପନ୍ନ ହୋଇଯାଇଛି । ୮ ବର୍ଷ ତଳେ ତେଜରାମଙ୍କ ପରଲୋକ ହୋଇଥିଲା ।

ଏହା ପରେ ପୈତୃକ ସମ୍ପତି ଭଗବତିୟାଙ୍କ ନାମରେ ହୋଇଥିଲା । ଏବେ ଏହି ଜମିକୁ ବିକ୍ରି କରି ସେ ପଡୋଶୀ ଗ୍ରାମର ପ୍ରେମିକ ସହ ଫେରାର ହୋଇ ଯାଇଛନ୍ତି । ଏହି ଘଟଣା ପରେ ୩ ଝିଅ ତହସିଲ ମୂଖ୍ୟ କାର୍ଯ୍ୟାଳୟରେ ପଂହଚି ପ୍ରଶାସନଙ୍କୁ ଜମି ସମ୍ପର୍କୀତ ମାଲିକାନାକୁ ଖାରାଜ କରିବା ପାଇଁ ଅନୁରୋଧ କରିଛନ୍ତି । ବାପାଙ୍କ ସମ୍ପତିରେ କେବଳ ମାଆ ମାଲିକାଣୀ ନୁହନ୍ତି । ଏଥିରେ ଆମର ମଧ୍ୟ ଅଧିକାର ଅଛି ବୋଲି ସେମାନେ ଦାବୀ କରିଛନ୍ତି ।

Leave A Reply

Your email address will not be published.