Latest Odisha News

BREAKING NEWS

ଅବସରପ୍ରାପ୍ତ ଶିକ୍ଷକ ହେବେ ଅତିଥି ଶିକ୍ଷକ;୬୩୮୭ ଶିକ୍ଷକଙ୍କୁ ମିଳିବ ନିଯୁକ୍ତି

ଭୁବନେଶ୍ବର:ଅବସରପ୍ରାପ୍ତ ୬୩୮୭ ଶିକ୍ଷକଙ୍କୁ ଅତିଥି ଶିକ୍ଷକ ଭାବେ ମିଳିବ ନିଯୁକ୍ତି । ଅନୁଦାନପ୍ରାପ୍ତ, ବ୍ଲକଗ୍ରାଣ୍ଟ ହାଇସ୍କୁଲ ସହ ସଂସ୍କୃତ ଟୋଲ୍‌ ସ୍କୁଲରେ ମିଳିବ ନିଯୁକ୍ତି । ଏନେଇ ବିଦ୍ୟାଳୟରେ ନିଯୁକ୍ତି ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ନିର୍ଦ୍ଦେଶକଙ୍କୁ ଚିଠି କରାଯାଇଛି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି।

ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯ,ନୂଆ ଶିକ୍ଷକ ନିଯୁକ୍ତ ହେବା ଯାଏଁ ଏହି ଅତିଥି ଶିକ୍ଷକମାନେ କାର୍ଯ୍ୟ କରିବେ। ମାଧ୍ୟମିକ ଶିକ୍ଷା ପରିଷଦକୁ ଜିଲ୍ଲା ଶିକ୍ଷା ଅଧିକାରୀମାନେ ନିଜ ଅଞ୍ଚଳରେ ଫାଙ୍କା ଥିବା ପଦବୀ ବିଷୟରେ ଜଣାଇବେ। ଖାଲି ପଡ଼ିଥିବା ପଦବୀରେ ସ୍କୁଲରେ ଟିଜିଟି ଶିକ୍ଷକ ନିଯୁକ୍ତି ହେଲେ, ନିଯୁକ୍ତ ହୋଇଥିବା ଅତିଥି ଶିକ୍ଷକଙ୍କୁ ସେହି ସ୍କୁଲରୁ ଅପସାରଣ କରାଯିବ।

 

Comments are closed.