Latest Odisha News

ଓଡ଼ିଶାରେ ଚିହ୍ନଟ ଆଉ ୬୫ କରୋନା ପଜିଟିଭଙ୍କ ସମ୍ପର୍କରେ ତଥ୍ୟ ଦେଲେ ସରକାର

ଭୁବନେଶ୍ୱର: ରାଜ୍ୟରେ ଚିହ୍ନଟ ହୋଇଥିବା ଆଉ ୬୫ ଜଣ କରୋନା ଆକ୍ରାନ୍ତଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।

ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ବିଟ ଜରିଆରେ ଆକ୍ରାନ୍ତଙ୍କ ସମ୍ପର୍କରେ ତଥ୍ୟ ଦିଆଯାଇଛି।

ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା (୩), ଯାଜପୁର (୩୧), ଗଞ୍ଜାମ (୧୩), କେନ୍ଦ୍ରାପଡ଼ା (୪), ମୟୂରଭଞ୍ଜ (୨), କଟକ (୬), ପୁରୀ (୪), ନୟାଗଡ଼ (୨) ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଅଧିକ ପଢନ୍ତୁ- ବଢୁଛି ଚିନ୍ତା; ରାଜ୍ୟରେ ୭୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଏହାବ୍ୟତୀତ ସମସ୍ତ ୬୫ କରୋନା ପଜିଟିଭଙ୍କ ମଧ୍ୟରୁ ସୁରଟ ଫେରନ୍ତା, ପଶ୍ଚିମବଙ୍ଗ ଫେରନ୍ତା, ଝାଡ଼ଖଣ୍ଡ ଫେରନ୍ତା ଓ ଅହମ୍ମଦାବାଦ ଫେରନ୍ତା ବ୍ୟକ୍ତି ରହିଛନ୍ତି।

ସୂଚନାଯୋଗ୍ୟ, ଓଡ଼ିଶାରେ  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୩୭ରେ ପହଞ୍ଚି ଥିବାବେଳେ ମୃତ୍ୟୁ ସଂଖ୍ୟା ୩ ରହିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୬୬ଜଣ ଆରୋଗ୍ୟ ଲାଭ କରିଛନ୍ତି।

Leave A Reply

Your email address will not be published.