Latest Odisha News

BREAKING NEWS

ବଢୁଛି ଚିନ୍ତା; ରାଜ୍ୟରେ ୭୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ସକାଳୁ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୬୫ ପଜିଟିଭ ।

ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ, ଯାଜପୁରରୁ ୩୧, ଗଞ୍ଜାମରୁ ୧୩, କେନ୍ଦ୍ରାପଡ଼ାରୁ ୪, ମୟୂରଭଞ୍ଜରୁ ୨, କଟକରୁ ୬, ପୁରୀରୁ ୪, ନୟାଗଡ଼ରୁ ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

କେନ୍ଦ୍ରାପଡ଼ାରୁ ଚିହ୍ନଟ ୪ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ମାର୍ଶାଘାଇ ବ୍ଲକର ହୋଇଥିବା ବେଳେ ଜଣେ ମହାକାଳପଡ଼ା ବ୍ଲକର । ସମସ୍ତେ ସୁରତରୁ ଫେରିବା ପରେ କ୍ୱାରେଣ୍ଟାଇନରେ ଥିଲେ ବୋଲି କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ୩ କରୋନା ପଜିଟିଭଙ୍କ ମଧ୍ୟରୁ ଜଣେ ଖୋର୍ଦ୍ଧା ପୌରାଞ୍ଚଳର ହୋଇଥିବା ବେଳେ ଅନ୍ୟ ୨ ଜଣ ବାଣପୁର ଅଞ୍ଚଳର ବୋଲି ସୂଚନା ମିଳିଛି ।

ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୩୭ ରେ ପହଂଚି ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

Leave A Reply

Your email address will not be published.