Latest Odisha News

ଡେବ୍ରିଗଡ ଅଭୟାରଣ୍ୟରେ ବିଚରଣ କରୁଛନ୍ତି ୬୫୯ ଗୟଳ

ସମ୍ବଲପୁର: ଡେବ୍ରିଗଡ଼ ଅଭୟାରଣ୍ୟରେ ଅଛନ୍ତି ୬୫୯ଟି ଗୟଳ । ୬୫୯ଟି ରୁ ୨୧୦ଟି ଗୟଳ କମ୍ ବୟସର ଅଛନ୍ତି । ଗତ ୧୨ ଏବଂ ୧୩ ତାରିଖରେ ପ୍ରଥମ ଥର ପାଇଁ ସମ୍ବଲପୁର ଡେବ୍ରିଗଡ ଅଭୟାରଣ୍ୟରେ ଗୟଳ ଗଣନା ହୋଇଥିବା ବେଳେ ଏନେଇ ସୂଚନା ଦେଇଛନ୍ତି ହୀରାକୁଦ ୱାଇଲ୍ଡ ଲାଇଫ୍ ଡିଏଫ୍ଓ ।

ତେବେ ୨ ଦିନ ଧରି ଡେବ୍ରିଗଡ ଅଭୟାରଣ୍ୟରେ ପ୍ରଥମ ଥର ପାଇଁ ଗୟଳ ଗଣନା କରାଯାଇଛି । ଗଣନା କହୁଛି, ସମୁଦାୟ ୬୫୯ଟି ଗୟଳ ଅଭୟାରଣ୍ୟରେ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୨୧୦ଟି ଶାବକ ଥିବା ଜଣାପଡିଛି। ଏହା ସହ ଲେସ୍ ଭିଜିବିଲିଟି ପାଇଁ ୨୦ ପ୍ରତିଶତଙ୍କୁ ଗଣନା କରାଯାଇ ପାରିନଥିବା ଡିଏଫଓ ସୂଚନା ଦେଇଛନ୍ତି । ସାରା ଓଡ଼ିଶାରେ ଡେବ୍ରିଗଡରେ ହିଁ ଏତେ ମାତ୍ରାରେ ଗୟଳ ଦେଖା ଯାଉଥିବାରୁ ଏହା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି।

ତେବେ ନଭେମ୍ଵର ୧୨ ଓ ୧୩ ତାରିଖରେ ଲଖନପୁର ଓ କମଗାଁ ଦୁଇଟି ରେଞ୍ଜର ୨୬ ବିଟ୍ ଅଞ୍ଚଳରେ ଏହି ଗଣନା କରାଯାଇଥିଲା। ୫୩ ଟି ଦଳରେ ୧୧୪ ଜଣ ବନ ବିଭାଗ ଅଧିକାରୀ ଏଥିରେ ଭାଗ ନେଇଥିଲେ। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ଗଣନା କରାଯାଇଥିବା ବେଳେ କମ୍ ଭିଜିବିଲିଟି ପାଇଁ ୮୦ ପ୍ରତିଶତ ଗଣନା ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.