Latest Odisha News

ବର୍ଷକରେ ମରିଛନ୍ତି ୬୬ ହାତୀ, ମୃତ୍ୟୁ ହାର ଚିନ୍ତାଜନକ

ଭୁବନେଶ୍ୱର: ୫ ବର୍ଷରେ ଓଡ଼ିଶାରେ ୪୦୩ ହାତୀ ମରିଛନ୍ତି। ଗତବର୍ଷ ୬୮ ହାତୀଙ୍କ ଜୀବନ ଯାଇଥିଲା। ହାତୀ ସଂଖ୍ୟା ତୁଳନାରେ ମୃତ୍ୟୁହାର ପାଖାପାଖି ୩ରୁ ୪.୫ ପ୍ରତିଶତ। ଅଧିକାଂଶ ମୃତ୍ୟୁ ସ୍ୱାଭାବିକ। ତେବେ ୭ ବର୍ଷରେ ହାତୀ ସଂଖ୍ୟା ମାତ୍ର ୧୨୨ ବଢିଛି। ରାଜ୍ୟ ହାତୀ ଗଣନା ତଥ୍ୟ ଅନୁସାରେ ବର୍ତ୍ତମାନ ୨୦୯୮ ହାତୀ ରାଜ୍ୟରେ ଚଳପ୍ରଚଳ କରୁଛନ୍ତି। ତେବେ ରାଜ୍ୟରେ ହାତୀ ମୃତ୍ୟୁହାର ଏବେ ଚିନ୍ତାର କାରଣ ପାଲଟିଛି। ୨୦୧୦ ରୁ ଆଜି ପର୍ଯ୍ୟନ୍ତ ବର୍ଷକୁ ହାରାହାରି ୭୮ଟି ହାତୀ ମରିଛନ୍ତି।

ପିସିସିଏଫ୍ ସୁଶାନ୍ତ ନନ୍ଦଙ୍କ କହିବା ଅନୁସାରେ, ମୋଟ ୩୧୩ ପ୍ରାପ୍ତ ବୟସ୍କ ଦନ୍ତା, ୧୩ଟି ପ୍ରାପ୍ତ ପ୍ରାପ୍ତ ବୟସ୍କ ମାଖନା ହାତି ଜୀବିତ। ବର୍ତ୍ତମାନ ୭୪୮ ପ୍ରାପ୍ତ ବୟସ୍କ ମାଈ ହାତୀ, ୧୪୮ଟି ଯୁବ ଅଣ୍ଡିରା ହାତୀ ଓ ୨୮୨ଟି ଯୁବ ମାଈ ହାତୀ ଥିବା ବେଳେ ୨୦୯ଟି ଛୁଆ ହାତୀ ଅଛନ୍ତି। ୩୮୫ଟି ଶାବକଙ୍କୁ ହାତୀ ଗଣନାରେ ଠାବ କରାଯାଇଛି। ୩୮ଟି ବନଖଣ୍ତରେ ନିଜର ଉପସ୍ଥିତି ଜାହିର କରିଛନ୍ତି ହାତୀ। ତେବେ ୧୩ ବନଖଣ୍ଡ ହାତୀଶୂନ୍ୟ।

ଅନୁଗୁଳ, ଆଠଗଡ଼, ଢେଙ୍କାନାଳ, ବାରିପଦା, ଚନ୍ଦକା, ଖୋର୍ଦ୍ଧା, ବଣାଇ ଓ କନ୍ଦୁଝରରେ ହାତୀ ସଂଖ୍ୟା ଅପ୍ରତ୍ୟାଶିତ ଭାବେ ବଢିଛି। କନ୍ତୁ ଶିମିଳିପାଳ, ବାଲେଶ୍ୱର, ରାଇରଙ୍ଗପୁର, ବଲାଙ୍ଗୀର ଓ ପାରଳାଖେମୁ୍ଣ୍ଡିରେ ପୂର୍ବ ଅପେକ୍ଷା ହାତୀ କମିଛନ୍ତି। ରାଜ୍ୟରେ ହାତୀ ଧାରଣ କ୍ଷମତା ୨୧୦୦ରୁ ୨୨୦୦ ଭିତରେ ରହୁଛି। ଶୀତଦିନେ ସୀମାବର୍ତ୍ତୀ ଝାଡ଼ଖଣ୍ଡ, ଛତିଶଗଡ଼ ଓ ପଶ୍ଚିମବଙ୍ଗ ଜଙ୍ଗଲକୁ ହାତୀମାନେ ଓଡ଼ିଶାକୁ ଆସୁଛନ୍ତି। ତେଣୁ ନଭେମ୍ବରରୁ ପୁଣି ଗଣନା ହେବ।

Comments are closed.