Latest Odisha News

BREAKING NEWS

ମେଡ଼ିକାଲ କଲେଜରେ ୬୬ଜଣ ଛାତ୍ରଛାତ୍ରୀ କୋଭିଡ଼୍ ସଂକ୍ରମିତ

କର୍ଣ୍ଣାଟକ: ସମଗ୍ର ଦେଶରେ ସ୍କୁଲ, କଲେଜ ଖୋଲିବା ଆରମ୍ଭ ହେବାପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୋଭିଡ଼୍ ସଂକ୍ରମିତ ସଂଖ୍ୟା ବଢ଼ୁଛି । କର୍ଣ୍ଣାଟକରେ ଏସଡ଼ିଏମ ମେଡ଼ିକାଲ କଲେଜରେ ୬୬ଜଣ ଛାତ୍ରଛାତ୍ରୀ କୋଭିଡ଼୍ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଚିନ୍ତା ପ୍ରକଟ କରିଛନ୍ତି । କଲେଜ ହଷ୍ଟେଲକୁ କଣ୍ଟେନମେଣ୍ଟ ଜୋନଭାବେ ଘୋଷଣା କରାଯାଇଛି ।

ଅଧିକାଂଶ ଛାତ୍ରଙ୍କ ସାମାନ୍ୟ ଲକ୍ଷଣ ଥିଲା ଏବଂ ସେମାନେ ସତ୍ତୁର ନିକଟ କଲେଜ ପରିସରରେ ଥିବା ହଷ୍ଟେଲରେ ଚିକିତ୍ସିତ ହେଉଛନ୍ତି । ଧରୱାଡ଼ ଡ଼େପୁଟି କମିଶନର ନୀତେଶ ପାଟିଲ କହିଛନ୍ତି, ୨୭୦ଜଣ ଛାତ୍ରଛାତ୍ରୀ କୋଭିଡ଼ ପରୀକ୍ଷା କରିଛନ୍ତି । ସେମାନଙ୍କ ମଧ୍ୟରୁ ୬୬ଜଣ ଗୁରୁବାର ସକାଳ ପର୍ଯ୍ୟନ୍ତ ପଜିଟିଭ୍ ବାହାରିଛନ୍ତି । ଅନ୍ୟ ଛାତ୍ର ଓ କର୍ମଚାରୀଙ୍କ ପରୀକ୍ଷା କରାଯାଇଛି ଏବଂ ସମସ୍ତ କର୍ମଚାରୀଙ୍କୁ ପରୀକ୍ଷା କରିବା ପାଇଁ ପଦକ୍ଷେପ ନିଆଯାଇଛି ବୋଲି ସେ କହିଛନ୍ତି ।

ସୂଚନା ଅନୁସାରେ, ପ୍ରଥମ ବର୍ଷର ଏମବିବିଏସ୍ ଛାତ୍ରଙ୍କୁ ସ୍ୱାଗତ କରିବା ପାଇଁ କଲେଜରେ ଏକ ସ୍ୱାଗତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ସେଠାରୁ ସଂକ୍ରମଣ ବ୍ୟାପିଥିବା ସନ୍ଦେହ କରାଯାଉଛି । ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ରିପୋର୍ଟରେ ବିଭିନ୍ନ ରାଜ୍ୟର ଛାତ୍ରମାନେ ମଧ୍ୟ ମେଡ଼ିକାଲ କଲେଜରେ ଅଧ୍ୟୟନ କରୁଛନ୍ତି ।ଏବଂ ଏହି ସଂକ୍ରମଣ କିପରି ବହୁ ସଂଖ୍ୟକ ଛାତ୍ରଙ୍କ ନିକଟରେ ବ୍ୟାପିଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ସମସ୍ତ ଛାତ୍ରଙ୍କୁ ଟୀକାକରଣ କରାଯାଇଛି ବୋଲି କଲେଜ କର୍ତ୍ତୃପକ୍ଷ କହିଛନ୍ତି । ହେଲେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସେ ସବିଶେଷ ତଥ୍ୟ ଯାଞ୍ଚ କରିବେ ।

Leave A Reply

Your email address will not be published.