Latest Odisha News

BREAKING NEWS

ସମୁଦ୍ରରେ ବରଫ ଜମିଯିବା ଯୋଗୁ ଅଟକି ରହିଛି ୨୪ ଜାହାଜ

ମସ୍କୋ:ଆର୍କଟିକ ସମୁଦ୍ର ଦେଇ ୟୁରୋପ ଓ ଏସିଆରେ ପଂହଚିବା ସ୍ୱପ୍ନ ଦେଖୁଥିବା ରୁଷିଆକୁ ଗୁରୁବାର ଶକ୍ତ ଝଟକା ଲାଗିଛି । ରୁଷର ପ୍ରମୁଖ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ଆର୍କଟିକ ସମୁଦ୍ରରେ ଅନୁମାନ ପୂର୍ବରୁ ବରଫ ଜମିଯାଇଛି । ଫଳରେ ୨୪ ଜାହାଜ ଏଠାରେ ଫସିଯାଇଛି । ପରସ୍ଥିତି ଅଣାୟତ ହେବାରୁ ୧୧ ଇଂଚ ପର୍ଯ୍ୟନ୍ତ ବରଫ କାଟିପାରୁଥିବା ଜାହଜ ପଠାଇବାକୁ ରୁଷ ବାଧ୍ୟ ହୋଇଛି ।

ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ଏବେ ୨/୩ ମାସ ପର୍ଯ୍ୟନ୍ତ ଜାହଜଗୁଡିକୁ ବାହାର କରିବା ସମ୍ଭବପର ନୁହେଁ । ଏଥିରେ ୨ଟି ମାଲପରିବହନକାରୀ ଏବଂ ୨ଟି ତେଲ ଟ୍ୟାଙ୍କର ରହିଛି ।

Leave A Reply

Your email address will not be published.