ନୂଆଦିଲ୍ଲୀ: ଘୋଷଣା ହେଲା ସାହସିକତା ପାଇଁ ରାଷ୍ଟ୍ରପତି ପୋଲିସ ମେଡାଲ୍ । ସ୍ୱାଧୀନତା ଦିବସ ଅବସରରେ ସାରା ଦେଶରୁ ୧୩ଶହ ୮୦ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ଓଡ଼ିଶାରୁ ୬୭ ଜଣଙ୍କୁ ସାହସିକତା ପୋଲିସ ମେଡାଲ ନେଇ ଘୋଷଣା କରାଯାଇଛି ।
ସେହିପରି ଉଲ୍ଲେଖନୀୟ ସେବା ପାଇଁ ୨ ଜଣଙ୍କୁ ରାଷ୍ଟ୍ରପତି ପୋଲିସ ମେଡାଲ ମିଳିବ । ସେମାନେ ହେଲେ ଏସଆଇଡବ୍ଲୁର ଡିଏସପି ଉମାଶଙ୍କର ପଣ୍ଡା ଓ ଭିଜିଲାନ୍ସର କନଷ୍ଟେବଳ ଭାବଗ୍ରାହୀ ତ୍ରିପାଠୀ ।
67 Police Medals for #Gallantry announced for @odisha_police by Govt of India today. We thank GoI for this recognition of valour n courage of @odisha_police personnel. Highest Gallantry medals on one occasion announced for Odisha Police.A matter of pride n celebration for us
— DGP, Odisha (@DGPOdisha) August 14, 2021
ସେହିପରି ୯ ଜଣଙ୍କୁ ବିଶିଷ୍ଟ ସେବା ପାଇଁ ମିଳିବ ପୋଲିସ ପଦକ । ସେମାନେ ହେଲେ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ, ଯାଜପୁର ଏଏସପି ଜୟରାମ ଶତପଥି, ଏସଓଜି ଡେପୁଟୀ କମାଣ୍ଟାଣ୍ଟ ଅଶୋକ କୁମାର ସାହୁ, କଟକ ଏସିପି ଅମରେନ୍ଦ୍ର ପଣ୍ଡା, ବରଗଡ଼ ଡିଏସପି ପ୍ରଦୀପ କୁମାର, ସାହୁ, ସମ୍ୱଲପୁର ଡିଏସପି ତପନ କୁମାର ମହାନ୍ତି, ଭବାନୀପାଟଣା ଭିଜିଲାନ୍ସ ଡିଏସପି ସତ୍ୟବାନ ମହାନନ୍ଦ ।
ସେହିପରି କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ଏସଆଇ ସୁକାନ୍ତ ମହାନ୍ତି, ହାବିଲଦାର ଶେକ୍ ଅବୀର, ଭିଜିଲାନ୍ସ କନଷ୍ଟେବଳ ଭଗବାନ ସାହୁ, ସିପାହୀ ବିଶ୍ୱକର୍ମା ମୁଣ୍ଡାଙ୍କୁ ବିଶିଷ୍ଟ ସେବା ପାଇଁ ପୋଲିସ ପଦକ ପ୍ରଦାନ କରାଯିବ ।
ଦେଶରେ ମୋଟ୍ ୬୬୨ ପୋଲିସଙ୍କୁ ମିଳିବ ସାହସିକତା ପୋଲିସ ପଦକ । ୬୨୮ ଜଣଙ୍କୁ ସାହସିକତା ପାଇଁ ରାଷ୍ଟ୍ରପତି ପୋଲିସ ମେଡାଲ୍ ପ୍ରଦାନ କରାଯିବ । ୮୮ ଜଣଙ୍କୁ ବିଶିଷ୍ଟ ସେବା ପଦକ ପ୍ରଦାନ କରାଯିବ ।
Comments are closed.