Latest Odisha News

BREAKING NEWS

+୨ କଳା ଓ ଧନ୍ଦାମୂଳକ ରେଜଲ୍ଟ: କଳାରେ ପାସ ହାର ୯୮.୫୮%

ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷାଫଳ । ଗମଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ରେଜଲ୍ଟ ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି । ଏହାପରେ ଓ୍ୱେବସାଇ www.orissaresults.nic.in ରୁ ଫଳାଫଳ ଜାଣି ପାରିବେ ଛାତ୍ରଛାତ୍ରୀ ।

ଯୁକ୍ତ ଦୁଇ କଳା ରେଗୁଲାରରେ ମୋଟ୍ ୧ଲକ୍ଷ ୮୬ଲକ୍ଷ ୬୮୫ ଛାତ୍ରଛାତ୍ରୀ ପାସ କରିଛନ୍ତି । ଏଥିପାଇଁ ପଞ୍ଜୀକରଣ କରିଥିଲେ ମୋଟ୍ ୧ଲକ୍ଷ ୮୯ହଜାର ୩୬୩ ପରୀକ୍ଷାର୍ଥୀ । କଳାରେ ପାସ ହାର ରହିଛି ୯୮.୫୮ ପ୍ରତିଶତ ।

କଳାରେ ୩୦ହଜାର ୫୧୦ ଜଣ ପ୍ରଥମ ଶ୍ରେଣୀରେ ପାସ କରିଥିବା ବେେଳେ ଦ୍ୱିତୀୟ ଶ୍ରେଣୀରେ ୪୬ହଜାର ୧୦୧ ଓ ଥାର୍ଡ କ୍ଲାସରେ ପାସ କରିଛନ୍ତି ୧୦ହଜାର ୭୪ ଛାତ୍ରଛାତ୍ରୀ । ୯୫ ଜଣ ୯୦% ଉପରେ ମାର୍କ ରଖିଛନ୍ତି ।

ସେହିପରି ଏକ୍ସ-ରେଗୁଲାରରେ ୨୭ ହଜାର ୫୯୫ ଜଣ ଥିବା ବେଳେ ୭ହଜାର ୧୬୧ ଜଣ ପାସ୍ କରିଛନ୍ତି । ୨ହଜାର ୧୨୬ ଜଣ ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି । ଦ୍ୱିତୀୟ ଶ୍ରେଣୀରେ ୧୯୩ ଓ ୬ହଜାର ୭୨୬ ଛାତ୍ରଛାତ୍ରୀ ଥାର୍ଡ କ୍ଲାସରେ ପାସ କରିଛନ୍ତି । ଏକ୍ସ-ରେଗୁଲାରରେ ପାସ ହାର ରହିଛି ୨୬ ପ୍ରତିଶତ ।

ଧନ୍ଦାମୂଳକ ଶିକ୍ଷାରେ ୧୨ଶହ ୭୭ ଛାତ୍ରଛାତ୍ରୀ ଥିବା ବେଳେ ପାସ୍ କରିଛନ୍ତି ୪୫୨ ଜଣ । ପାସ୍ ହାର ରହିଛି ୩୫.୩୯ ପ୍ରତିଶତ । ପ୍ରଥମ ଶ୍ରେଣୀରେ ଜଣେ ପାସ୍ କରିଥିବା ବେଳେ ୮୪ ଜଣ ସେକେଣ୍ଡ ଡିଭିଜନ୍ ଓ ୧୬୭ ଜଣ ଥାର୍ଡ ଡିଭିଜନରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।

ଚଳିତବର୍ଷ କରୋନା ଯୋଗୁ ଯୁକ୍ତ ଦୁଇ ପରୀକ୍ଷା ବାତିଲ ହୋଇଥିଲା । ବିକଳ୍ପ ମୂଲ୍ୟାୟନ ଆଧାରରେ ରେଜଲ୍ଟ ପ୍ରକାଶ ପାଇଛି । ଯେଉଁମାନେ ପରୀକ୍ଷା ଫଳରେ ଅସନ୍ତୁଷ୍ଟ ସେମାନେ ଅଫଲାଇନରେ ପରୀକ୍ଷା ଦେଇପାରିବେ । ଏନେଇ ଆସନ୍ତା ୨୧ ତାରିଖ ସୁଦ୍ଧା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବ ।

Leave A Reply

Your email address will not be published.