Latest Odisha News

BREAKING NEWS

ଇଚ୍ଛାଶକ୍ତି ଆଗରେ ହାର ମାନିଛି ବୟସ

ଚ୍ଛାଶକ୍ତି ଆଗରେ ହାର ମାନିଛି ବୟସ । କୁହାଯାଏ ଯେ ଯଦି କିଛି ନୂଆ ଏବଂ ଅଲଗା କରିବାର ଇଚ୍ଛାଶକ୍ତି ଥାଏ ତେବେ ବୟସ ବାଧା ସାଜିନଥାଏ । ଆପଣ ନିଶ୍ଚିତ ଭାବରେ ସୋସିଆଲ ମିଡିଆରେ ଏପରି ଅନେକ ଭିଡିଓ ଦେଖିଥିବେ, ଯେଉଁଥିରେ ବୃଦ୍ଧ ହେବା ସତ୍ତ୍ୱେ ଅନେକ ଲୋକ ଏପରି କାର୍ଯ୍ୟ କରନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ଇନଷ୍ଟାଗ୍ରାମରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ୬୭ ବର୍ଷୀୟ ବୃଦ୍ଧା ଆକାଶରେ ଝୁଲୁଥିବା ଦଉଡିରେ ସାଇକେଲ ଚଲାଉଥିବାର ନଜର ଆସିଛନ୍ତି।

ଏହି ଭିଡିଓ ଇନଷ୍ଟାଗ୍ରାମରେ yathrikan_200 ନାମକ ଏକ ଆକାଉଣ୍ଟରୁ ସେୟାର କରାଯାଇଛି, ଯାହାକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି । ଭିଡିଓରେ ବୃଦ୍ଧା ଜଣକ ହେଲମେଟ ପିନ୍ଧି ଦଉଡି ଉପରେ ସାଇକେଲ ଚଳାଉଥିବାର ନଜର ଆସିଛନ୍ତି। ବୃଦ୍ଧା ଜଣକ ଯେ କେତେ ଉଚ୍ଚତାରେ ଅଛନ୍ତି ତାହା ମଧ୍ୟ ସ୍ପଷ୍ଟ ଜଣାପଡିନାହିଁ ।

ବ୍ୟକ୍ତି ଜଣକ କ୍ୟାପସନରେ ଲେଖିଛନ୍ତି, ମୁଁ ଭୟଭୀତ ନୁହେଁ । ମୁଁ ସାଇକେଲ ଚଲାଉଛି ମୋ ସାଂଗେ ଆସ। ୬୭ ବର୍ଷ ବୟସରେ ମଧ୍ୟ ଏହି ମା ତାଙ୍କର ଇଚ୍ଛା ପୂରଣ କରୁଛନ୍ତି । ଜଣେ ଉପଭୋକ୍ତା ଲେଖିଛନ୍ତି, ବୟସ କେବଳ ଏକ ସଂଖ୍ୟା, ଏହି ବୃଦ୍ଧା ଏହାକୁ ପ୍ରମାଣ କରିଛନ୍ତି । ଭିଡିଓ କେଉଁଠୁ ଆସିଛି ତାହା ଜଣା ପଡିନାହିଁ, କିନ୍ତୁ ଏହା ଦକ୍ଷିଣ ଭାରତର କିଛି ଅଞ୍ଚଳରୁ ହୋଇଥିବା ଜଣାପଡିଛି। କାରଣ ଏହା ତାମିଲ ଭାଷାରେ ଲେଖାଯାଇଛି।

Leave A Reply

Your email address will not be published.