Latest Odisha News

ଆଜି କଂଗ୍ରେସରେ ସାମିଲ ହେବେ ପ୍ୟାରୀ ମହାପାତ୍ରଙ୍କ ଝିଅ

ଭୁବନେଶ୍ୱର: କଂଗ୍ରେସରେ ସାମିଲ ହେବେ ପୂର୍ବତନ ରାଜ୍ୟସଭା ସଦସ୍ୟ ସ୍ୱର୍ଗତ ପ୍ୟାରୀ ମୋହନ ମହାପାତ୍ରଙ୍କ ଝିଅ ସିକ୍ତା ପତି । ବୁଧବାର ପାର୍ଟି କାର୍ଯ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ସେ ଦଳରେ ସାମିଲ ହେବେ । ଏଥିପାଇଁ ଅପରାହ୍ନ ୫ଟାରେ ଭୁବନେଶ୍ୱର ଦଳୀୟ କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହେବ ।

ଓଡିଶା ପ୍ରଭାରୀ ତଥା ସାଂସଦ ଡ଼ ଏ.ଚେଲ୍ଲାକୁମାର ଏବଂ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ବହୁ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ଉପସ୍ଥିତିରେ ପୂର୍ବତନ ସାଂସଦ ସ୍ବର୍ଗତଃ ପ୍ୟାରୀମୋହନ ମହାପାତ୍ରଙ୍କ ଝିଅ ତଥା ସମାଜସେବୀ ଡ଼ଃ ସିକ୍ତା ପତି ଆନୁଷ୍ଠାନିକ ଭାବେ କଂଗ୍ରେସ ଦଳରେ ଯୋଗଦେବେ। ଏ ନେଇ କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି ।

ସିକ୍ତା ଉଚ୍ଚଶିକ୍ଷିତା ।  ସିକ୍ତା ଅର୍ଥନୀତିରେ ଏମ.ଏ କରିବା ସହ ଏମବିଏ ଡିଗ୍ରୀ ହାସଲ କରିଛନ୍ତି । ୨୦୧୭, ମାର୍ଚ୍ଚ ୯ ତାରିଖରେ ପ୍ୟାରୀ ମହାପାତ୍ରଙ୍କ ମୃତ୍ୟୁ ପରେ ସେ ଓଡ଼ିଶା ଜନ ମୋର୍ଚ୍ଚା(OJM)ରେ ମିଶିଥିଲେ ଏବଂ ଏହାର ସାଧାରଣ ସମ୍ପାଦକ ଥିଲେ । ସୂଚନାଥାଉ କି, ବିଜେଡି ଛାଡିବା ପରେ ପ୍ୟାରୀ ନିଜେ ଓଡ଼ିଶା ଜନମୋର୍ଚ୍ଚା ଦଳ ଗଢିଥିଲେ । ପରେ ୨୦୧୯ରେ ସିକ୍ତା ବିଜେଡିରେ ସାମିଲ ହୋଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଜେଡିରେ ମିଶିଥିଲେ ।

ଯାହା ବି ହେଉ, ୨୦୨୪ ନିର୍ବାଚନ ଯେତିକି ପାଖେଇ ଆସୁଛି, ଓଡ଼ିଶାରେ କଂଗ୍ରେସ ତାର ବଳ ବଢାଉଛି । ୫ ଦିନ ତଳେ ଓଡ଼ିଶା ପୂର୍ବତନ  ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ କଂଗ୍ରେସରେ ସାମିଲ ହୋଇଥିଲେ । ଦିଲ୍ଲୀସ୍ଥିତ ଦଳୀୟ ମୁଖ୍ୟ କାର୍ଯ୍ୟାଳୟରେ କଂଗ୍ରେସରେ ମିଶିଥିଲେ ।

Leave A Reply

Your email address will not be published.