Latest Odisha News

BREAKING NEWS

ସରିଲା ଓଡ଼ିଶାରେ ୧ମ ପ୍ରର୍ଯ୍ୟାୟ ନିର୍ବାଚନ, ୬ଟା ସୁଦ୍ଧା ୬୮ % ମତଦାନ

ଭୁବନେଶ୍ୱର: ଓଡ଼ିଶାରେ ୪ଟି ଲୋକସଭା ଓ ୨୮ଟି ବିଧାନସଭା ଲାଗି ହେଉଥିିବା ଭୋଟଗ୍ରହଣରେ ସନ୍ଧ୍ୟା ୬ଟା ସୁଦ୍ଧା ୬୮ % ମତଦାନ ହୋଇଥିବା ନିର୍ବାଚନ କମିଶନ ଗୁରୁବାର ଦିନ ସୂଚନା ପ୍ରଦାନ କରିଛନ୍ତି ।

ଗଣମାଧ୍ୟମକୁ ସୂଚନାଦେଇ ନିର୍ବାଚନ କମିଶନ କହିଛନ୍ତି, ଓଡ଼ିଶାରେ ସନ୍ଧ୍ୟା ପ୍ରାୟ ୬ଟା ବେଳକୁ ୬୮ % ମତଦାନ ହୋଇଥିବାର ରେକର୍ଡ଼ କରାଯାଇଛି । ତେବେ ମାଓପ୍ରବଣ ଅଞ୍ଚଳରେ ହୋଇଥିବା ଭୋଟଗ୍ରହଣର ରିପୋର୍ଟ ଆସିବା ପରେ ଏହି ମତଦାନର ହାର ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏଠାରେ ଉଲ୍ଲେଖ୍ୟ ଯେ, ୨୦୧୪ ନିର୍ବାଚନରେ ଏହିସବୁ ଆସନଗୁଡ଼ିକୁ ହିସାବକୁ ନେଲେ ୭୪ ପ୍ରତିଶତ ମତଦାନ ହୋଇଥିଲା ।

କମିଶନଙ୍କ ସୂଚନାନୁଯାୟୀ, ଅନ୍ୟ ଯେଉଁସବୁ ରାଜ୍ୟରେ ଆଜି ମତଦାନ ଅନୁଷ୍ଠିତ ହୋଇଥିଲା ସେଥିମଧ୍ୟରେ ପଶ୍ଚିମବଙ୍ଗରେ ସର୍ବାଧିକ ୮୧ % ମତଦାନ ଅନୁଷ୍ଠିତ ହୋଇଛି । ୧ମ ପର୍ଯ୍ୟାୟ ନିର୍ବାଚନରେ ଏଠାରେ କୁଚବିହାର ଓ ଆଲିପୁରଦୁଆର ଲୋକସଭା ଆସନରେ ମତଦାନ ଅନୁଷ୍ଠିତ ହୋଇଥିଲା ।

ତେବେ କମିଶନ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭୋଟିଂ ହାର ପ୍ରକାଶ କରିନାହାନ୍ତି, ଦେଶର ବିଭିନ୍ନ ଅଞ୍ଚଳରୁ ରିପୋର୍ଟକୁ ଅପେକ୍ଷା କରାଯାଇଛି ।

Leave A Reply

Your email address will not be published.