Latest Odisha News

BREAKING NEWS

ବିଜେଡ଼ି ସାଧାରଣ ସମ୍ପାଦକ ଭାବେ ବିଜୟ ନାୟକ ନିଯୁକ୍ତ

ଭୁବନେଶ୍ୱର: ବରିଷ୍ଠ ନେତା ବିଜୟ ନାୟକ ବିଜୁ ଜନତା ଦଳ (ବିଜେଡ଼ି)ର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ ହୋଇଛନ୍ତି ।

ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ଦଳର ନୂତନ କାର୍ଯ୍ୟକର୍ତ୍ତାଙ୍କୁ ନିଯୁକ୍ତ କରିଛନ୍ତି । ନବୀନ କିଶୋର ତରାଇ ଓ ନିଶିକାନ୍ତ ପ୍ରଧାନଙ୍କୁ କେନ୍ଦ୍ରାପଡ଼ା ୟୁନିଟ ଲାଗି ଯଥାକ୍ରମେ ଜିଲ୍ଲା ସଭାପତି ଓ ସାଧାରଣ ସମ୍ପାଦକ ରୂପେ ନୂତନ ନିଯୁକ୍ତି ଦେଇଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ, ପୂର୍ବତନ ବିଧାୟକ ଶ୍ରୀ ତରାଇଙ୍କୁ ଏହି ନିର୍ବାଚନ ଦଳ ଟିକଟ ଦେଇନାହିଁ । ଅଜିତ ନାୟକ କେନ୍ଦ୍ରାପଡ଼ା ଜିଲ୍ଲା ଉପ-ସଭାପତି ରୂପେ ନିଯୁକ୍ତ ହୋଇଛନ୍ତି । ସେହିପରି ଭାବେ ସୁମିତ୍ରା ଜେନାଙ୍କୁ ଦଳର ସାଧାରଣ ସମ୍ପାଦକ ଏବଂ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ସହ ପର୍ଯ୍ୟବେକ୍ଷକ ରୂପେ ନିଯୁକ୍ତି ମିଳିଛି ।

ଏହା ଉଲ୍ଲେଖ୍ୟ ଏହିକି ଯେ, ସୁମିତ୍ରା ଜେନା ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ପଦରୁ ଇସ୍ତଫା ପ୍ରଦାନ କରି ମଙ୍ଗଳବାର ଦିନ ବିଜେଡ଼ିରେ ଯୋଗଦାନ କରିଥିଲେ ।

ସେହିପରି ଭାବେ କମଳା ତିରିଆଙ୍କୁ ବିଜୁ ମହିଳା ଜନତା ଦଳର ଉପ-ସଭାନେତ୍ରୀ ତଥା ବାରିପଦା ନିର୍ବାଚନ ମଣ୍ଡଳୀର ସହ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି ।

Leave A Reply

Your email address will not be published.