Latest Odisha News

BREAKING NEWS

ଝାରସୁଗୁଡ଼ା ଉପକାରାଗାରରେ ୬୮ କଏଦୀ କରୋନା ସଂକ୍ରମିତ

ଝାରସୁଗୁଡ଼ା: ରାଜ୍ୟରେ ଗୋଟିଏ ପରେ ଗୋଟିଏ ଜେଲରେ ବ୍ୟାପିଲାଣି କରୋନା ସଂକ୍ରମଣ । ଝାରସୁଗୁଡ଼ା ଉପ-କାରାଗାରରେ ୬୮ ଜଣ କଏଦୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଠାରେ ମୋଟ୍ ୨୮୨ ଅନ୍ତେବାସୀଙ୍କ କରୋନା ଟେଷ୍ଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୬୮ଟି ରିପୋର୍ଟ ପଜିଟିଭ୍ ଆସିଛି ।

କରୋନା ସଂକ୍ରମିତ କଏଦୀଙ୍କୁ ଜେଲ୍ ପରିସରରେ ଥିବା ଆଇସୋଲେସନ୍ ଓ୍ୱାର୍ଡରେ ରଖି ଚିକିତ୍ସା କରାଯାଉଛି । ଅଧିକ ଚିକିତ୍ସା ଆବଶ୍ୟକ ହେଲେ ସେମାନଙ୍କୁ ଡାକ୍ତରଖାନା ସ୍ଥାନାନ୍ତର କରାଯିବ ବୋଲି ଜେଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଗତକାଲି ବ୍ରହ୍ମପୁର ମଣ୍ଡଳ କାରାଗାରରୁ ବହୁ କଏଦୀ କରୋନା ସଂକ୍ରମିତ ହୋଇଥିଲେ । ପୂର୍ବରୁ ଉଦଳା ସବଜେଲରୁ ବି କଏଦୀ ପଜିଟିଭ୍ ବାହାରିଛନ୍ତି ।

Leave A Reply

Your email address will not be published.