Latest Odisha News

BREAKING NEWS

ଶବଦାହର କିଛି କ୍ଷଣ ପୂର୍ବରୁ ଜିଇଁ ଉଠିଲେ ୭୬ ବର୍ଷିୟା ବୃଦ୍ଧା

ବାରମତୀ: ୭୬ ବର୍ଷିୟା ଜଣେ କୋଭିଡ ପଜିଟିଭ ମହିଳା ଶବଦାହର କିଛି ମିନିଟ ପୂର୍ବରୁ ପୁଣି ଥରେ ଜିଇଁ ଉଠିଛନ୍ତି।

ଏମିତି ଏକ ବିଚିତ୍ର ଘଟଣା ଘଟିଛି ବାରମତୀର ମୁଦାଲେ ଗ୍ରାମରେ। ବାରମତୀରେ ଉକ୍ତ ମହିଳାଙ୍କ ପରିବାର ସଦସ୍ୟମାନେ ତାଙ୍କର ଶେଷ ରୀତିନୀତି ପାଇଁ ପ୍ରସ୍ତୁତ ହେବାପରେ ତାଙ୍କୁ ଅନ୍ତରସଂସ୍କାର ପାଇଁ ନେଇଥିଲେ। ତେବେ ଶବଦାହ କରାଯିବାର କିଛି କ୍ଷଣ ପୂର୍ବରୁ ହଠାତ୍‌ ମହିଳା ଜଣକ ଜୀବନ୍ତ ହୋଇଯାଇଥିଲେ।

ଶକୁନ୍ତଲା ଗାଇକୱାଡ ନାମକ ଏହି ମହିଳା କିଛି ଦିନ ପୂର୍ବରୁ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ତାଙ୍କୁ ପୃଥକ୍‌ ଭାବେ ରଖାଯାଇଥିଲା। ବୃଦ୍ଧାବସ୍ଥା ହେତୁ ତାଙ୍କ ଅବସ୍ଥା ବିଗିଡି ଯାଇଥିଲା। ଯାହା ପରେ ପରିବାର ଲୋକ ତାଙ୍କୁ ବାରମତୀର ଏକ ଡାକ୍ତରଖାନାକୁ ନେଇଥିଲେ।

ମେ ୧୦ରେ ବୃଦ୍ଧ ମହିଳାଙ୍କୁ ବାରମତୀକୁ ନିଆଯାଇଥିଲା। ପରିବାର ଲୋକଙ୍କ ଚେଷ୍ଟା ସତ୍ତ୍ବେ ବି ଉକ୍ତ ମହିଳାଙ୍କୁ ବେଡ୍‌ ମିଳିପାରି ନଥିଲା। ସେମାନେ ସେଠାରେ ଅପେକ୍ଷା କରିଥିବା ବେଳେ ମହିଳା ଜଣକ ହଠାତ୍‌ ଚେତାଶୂନ୍ୟ ହୋଇ ତଳେ ପଡ଼ିଯାଇଥିଲେ।

ଏହାପରେ ପରିବାର ଲୋକ ଅନୁମାନ କଲେ ଯେ ବୃଦ୍ଧ ମହିଳାଙ୍କ ମୃତ୍ୟୁ ଘଟିଛି। ଅନ୍ତିମସଂସ୍କାର ପାଇଁ ପରିବାର ଲୋକେ ନିଜ ସମ୍ପର୍କୀୟଙ୍କୁ ସୂଚନା ଦେଇଥିଲେ। ଏହାପରେ ଉକ୍ତ ମହିଳା ଜଣକଙ୍କ ହଠାତ୍‌ ଜିଇଁ ଉଠିବା ଘଟଣା ଏବେ ସମଗ୍ର ଅଞ୍ଚଳରେ ଚହଳ ସୃଷ୍ଟି କରିଛି।

Leave A Reply

Your email address will not be published.