Latest Odisha News

BREAKING NEWS

ଭୁବନେଶ୍ବରରୁ ଆଉ ୬୮୩ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର : ମହାମାରୀ କରୋନା ଏବେ ଉପରମୁହାଁ । ସଂକ୍ରମଣ ବଢୁଥିବାରୁ ଲୋକଙ୍କ ମନରେ ଛନକା ପଶିଲାଣି । ସାରା ରାଜ୍ୟରେ ଦେଖାଦେଲାଣି ଏକ ପ୍ରକାର ଭୟ । ରାଜ୍ୟରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ, ଆଜି ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ୬୮୩ ପଜିଟିଭ୍ । କ୍ବାରେଣ୍ଟାଇନରୁ ୧୦୭ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୫୭୬ । ସେହିପରି ୩୩୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ବିଏମସି ।

ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଅଧିକାଂଶ ଖଣ୍ଡଗିରିରୁ ଅଛନ୍ତି । ଖଣ୍ଡଗିରିରୁ ୩୮ ଜଣ ଥିବା ବେଳେ, ବରମୁଣ୍ଡାରୁ ୩୨, ନୟାପଲ୍ଲୀରୁ ୨୯, ମଞ୍ଚେଶ୍ବରରୁ ୧୯, ଲକ୍ଷ୍ମୀସାଗରରୁ ୧୬, ଚନ୍ଦ୍ରଶେଖରପୁରରୁ ୧୨, ଜୟଦେବବିହାରରୁ ୧୦, ଡୁମୁଡୁମାରୁ ୧୩, ଖାରବେଳ ନଗରରୁ ୭, ଆଇଆରସି ଭିଲେଜ, ଚିନ୍ତାମଣିଶ୍ବର, ବିଜେବି ନଗର, ବଡ଼ଗଡ଼, ବାପୁଜୀନଗରରୁ ୬ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ପଜିଟିଭ ମଧ୍ୟରୁ ଖଣ୍ଡଗିରିରୁ ସର୍ବାଧିକ ୧୦ ଜଣ ଥିବା ବେଳେ, ଚନ୍ଦ୍ରଶେଖରପୁରରୁ ୯, ପୋଖରୀପୁଟରୁ ୬, ନୟାପଲ୍ଲୀ, ଓଲ୍ଡ ଟାଉନରୁ ୫ ଜଣ ଲେଖାଏଁ ଆକ୍ରାନ୍ତ ଅଛନ୍ତି । ଆଜିର ଆକ୍ରାନ୍ତ ସଂଖ୍ୟାକୁ ମିଶାଇ ଭୁବନେଶ୍ବରରେ ଏପର୍ଯ୍ୟନ୍ତ ସଂକ୍ରମିତ ହେଲେଣି ୩୯ ହଜାର ୯୨୦ ଜଣ । ସେହିପରି ୩୪ ହଜାର ୫୩୪ ଜଣ ସୁସ୍ଥ ହୋଇଥିବା ବେଳେ, ୨୫୨ ଜଣଙ୍କ ଜୀବନ ଗଲାଣି । ବାକି ୫୧୧୩ ଜଣଙ୍କ ଚିକିତ୍ସା ଚାଲିଥିବା ନେଇ ଭୁବନେଶ୍ବର ମହାନଗର ନିଗମ ସୂଚନା ଦେଇଛି

Leave A Reply

Your email address will not be published.