Latest Odisha News

BREAKING NEWS

ଗୁଣୁପୁରରେ ୬୮୭ କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ, ଦୁଇ ଗିରଫ

ଗୁଣୁପୁର: ରାୟଗଡା ଜିଲ୍ଲା ଗୁଣୁପୁରରୁ ୬୮୭ କେଜି ଗଞ୍ଜେଇ ଜବତ କରିଛି ପୋଲିସ । ଏଥି ସହ ଦୁଇଟି ମୋବାଇଲ ସହ ନଗଦ ୭୫୦ ଟଙ୍କା ମଧ୍ୟ ଜବତ କରିଛି । ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଜୁସାୟା ରଇତ ଏବଂ ଅନ୍ୟ ଜଣେ ମୁକେଶ ମଣ୍ଡଳ । ଦୁହେଁ ଗଜପତି ଜିଲ୍ଲା ଓଡ଼ବା ଗ୍ରାମର ବୋଲି ଜଣାପଡିଛି ।

ଖବର ମୁତାବକ, ପୋଲିସ ପାଟ୍ରୋଲିଂ କରିଥିବା ସମୟରେ ଗାନ୍ଧୀ ଯାନ୍ତ୍ରିକ ବିଶ୍ଵବିଦ୍ୟାଳୟ ପୂର୍ବରୁ ଖର୍ଲିଂଗ ନିକଟରେ ଥିବା ଆରଏମସି ଚେକ୍ ଗେଟ୍ ନିକଟରେ ଦ୍ରୁତ ଗତିରେ ଯାଉଥିବା ଏକ ବୋଲେରୋ ଗାଡିକୁ ପୋଲିସ ସନ୍ଦେହ କରି ତାର ପିଛା କରିଥିଲା । ଏହା ପରେ ଉକ୍ତ ଗାଡିର ଡ୍ରାଇଭର ସହ ଜଣକୁ ପୋଲିସ ଅଟକ ରଖିବା ସହ ଜବତ ଗାଡିରୁ ୩୦ଟି ବ୍ୟାଗରୁ ପ୍ରାୟ ୬୮୭ କେଜି ଗଞ୍ଜେଇ ଜବତ କରିଥିଲା ।

ଏହି ଜବତ ଗଞ୍ଜେଇ ଗୁଣୁପୁରରୁ ଆନ୍ଧ୍ରପ୍ରଦେଶ କୁ ଚାଲାଣ ହେଉଥିବା ଗିରଫ ଅଭିଯୁକ୍ତ ଜୁସାୟା ରଇତ ଏବଂ ମୁକେଶ ମଣ୍ଡଳ ପୋଲିସ ଆଗରେ ସ୍ବୀକାର କରିଛନ୍ତି । ଏମାନେ ରୀତିମତ ଏହି ଭଳି ଗଞ୍ଜେଇ ଅନ୍ୟ ରାଜ୍ୟକୁ ନେଉଥିବା ଏବଂ ଏହି ଗଞ୍ଜେଇ ଚାଲାଣରେ କିଛି ବ୍ୟକ୍ତି ଙ୍କ ସମ୍ପୃକ୍ତି ଥିବା ଗୁଣୁପୁର ଆଦର୍ଶ ଥାନା ଅଧିକାରୀ ଉତ୍ତମ ସାହୁ ଜଣାଇଛନ୍ତି ।

ଘଟଣାରେ ଦୁଇ ଅଭିଯୁକ୍ତ ଙ୍କୁ ଧାରା ୨୦ (ବି)(୨)(ସି) ୨୯ ଏନଡିପିଏସ ଆକ୍ଟରେ ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

Comments are closed.