Latest Odisha News

BREAKING NEWS

ଟି୨୦ ବିଶ୍ୱକପ କ୍ରିକେଟ: ୧୧ ଟିମରେ ଖେଳୁଛନ୍ତି ୬୯ ଏସୀୟ ବଂଶୋଦ୍ଭବ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟ ୨୦୨୬ ଆରମ୍ଭ ହୋଇଯାଇଛି । ଏହି ମହା ମୁକାବିଲାରେ ବିଭିନ୍ନ ଦେଶ ପକ୍ଷରୁ ୪୦ ଭାରତୀୟ ବଂଶୋଦ୍ଭବ ଖେଳୁଛନ୍ତି । ସେହିପରି ୧୧ ଦେଶ ପକ୍ଷରୁ ଓଭରାଲ ୬୯ ଏସୀୟ ବଂଶୋଦ୍ଭବ ଅଂଶଗ୍ରହଣ କରୁଛନ୍ତି । କାନାଡା ଓ ଆମେରିକା ଟିମରେ ସର୍ବାଧିକ ଏସୀୟ ବଂଶୋଦ୍ଭବ ଖେଳାଳି ଖେଳୁଛନ୍ତି । ଉତର ଆମେରିକାର ଟିମଗୁଡିକରେ ୧୯ ଭାରତୀୟ ଓ ଓଭରାଲ ୨୬ ଏସୀୟ ଖେଳାଳି ଅଂଶଗ୍ରହଣ କରୁଛନ୍ତି । ଆମେରିକା ଓ ଓମାନରେ ଭାରତ ଏବଂ ପାକିସ୍ତାନର ପ୍ରଭାବ ପରିଲକ୍ଷିତ ହୋଇଛି ।

ୟୁଏଇରେ ୭ ଭାରତୀୟ ଓ ୫ ପାକିସ୍ତାନୀ ଖେଳାଳି ସାମିଲ ଅଛନ୍ତି । ସେହିପରି ଓମାନ ଟିମରେ ଭାରତ ଏବଂ ପାକିସ୍ତାନର ୭ଜଣ ଖେଳାଳି ରହିଛନ୍ତି । ସେହିପରି ନ୍ୟୁଜିଲାଣ୍ଡ ପକ୍ଷରୁ ଭାରତୀୟ ବଂଶୋଦ୍ଭବ ରଚୀନ ରବୀନ୍ଦ୍ର, ଈଶ ସୋଧୀ, ଦକ୍ଷିଣ ଆଫ୍ରିକାରୁ କେଶବ ମହାରାଜ, ନେଦରଲାଣ୍ଡରୁ ଆର୍ଯ୍ୟନ ଦତ ଖେଳୁଛନ୍ତି । ଏସୀୟ ଖେଳାଳିମାନଙ୍କୁ ନେଇ ୬ଟି ନୂଆ ଏକାଦଶ ଗଠନ କରାଯାଇ ପାରିବ । ଇଂଲଣ୍ଡରୁ ଆରମ୍ଭ ହୋଇଥିବା କ୍ରିକେଟ ଏବେ କିନ୍ତୁ ଏସିଆରେ ସମ୍ପୂର୍ଣ୍ଣ ପ୍ରଭାବ ବିସ୍ତାର କରିଛି ।

Leave A Reply

Your email address will not be published.