Latest Odisha News

BREAKING NEWS

ସକାଳ ୬ରେ ‘ଓମ୍’ ସ୍କ୍ରିନିଂ ପାଇଁ ମିଳିଲା ଅନୁମତି, ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ଧନ୍ୟବାଦ ଦେଲେ ଧନୁଷ

ବ୍ୟୁରୋ: ତାମିଲନାଡୁ ସରକାର ଏବଂ ମୁଖ୍ୟମନ୍ତ୍ରୀ ତଥା ସୁପରଷ୍ଟାର ବିଜୟଙ୍କୁ ଧନ୍ୟବାଦ ଦେଲେ ଅଭିନେତା ଧନୁଷ । ନଭେମ୍ବର ୨୦ ଶୁକ୍ରବାର ଧନୁଷଙ୍କ ଫିଲ୍ମ ‘ଓମ୍’ ରିଲିଜ୍ ହେବ । ତେଣୁ ଫାଷ୍ଟ ସ୍କ୍ରିନିଂ ପାଇଁ ସକାଳ ୬ଟା ଟାଇମ୍ ସ୍ଲଟ୍ ପାଇଁ ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ଅନୁରୋଧ କରିଥିଲେ ଧନୁଷ । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଅନୁରୋଧ ରଖିଥିବାରୁ ବିଜୟଙ୍କ ନିକଟରେ ହୃଦୟରୁ କୃତ ଜ୍ଞତା ଜଣାଇଛନ୍ତି ଧନୁଷ । ଏହାସହ ଫ୍ୟାନଙ୍କୁ ଦାୟିତ୍ୱବାନ ହୋଇ ଉତ୍ସବ ପାଳିବାକୁ କଲେ ଅନୁରୋଧ । ଶୁକ୍ରବାର ରିଲିଜ୍ ହେବ ‘ଓମ୍-୧ ଉଦ୍ଧିରମ୍: ଦ ବ୍ଲକ୍ ଉଡ୍’ । ଏକ ଚଳଚିତ୍ର ନିର୍ମାଣ ପଛରେ ଥିବା ସାମୁହିକ ପ୍ରୟାସ ଜାଣିବାକୁ ହେଲେ ଫିଲ୍ମକୁ ହଲରେ ଦେଖନ୍ତୁ ବୋଲି ସୋସିଆଲ ମିଡିଆରେ ଫ୍ୟାନଙ୍କ ଉଦେ୍ଦଶ୍ୟରେ ଲେଖିଛନ୍ତି ଧନୁଷ । ଚଳଚ୍ଚିତ୍ର ଶିଳ୍ପ ସହ ଜଡିତ ସମସ୍ତଙ୍କୁ ସମର୍ଥନ ଦେବାକୁ ହେଲେ ସିନେମା ହଲରେ ଫିଲ୍ମ ଦେଖିବାକୁ ଗୁରୁତ୍ୱ ଦେଇଛନ୍ତି ଧନୁଷ । ଯାହାଦ୍ୱାରା ଆମ ଚଳଚ୍ଚିତ୍ର ଶିଳ୍ପର ବିକାଶ ହୋଇପାରିବ ବୋଲି ସେ କିହଛନ୍ତି ।

‘ଆମରନ’ ଫିଲ୍ମ ନିଦେ୍ର୍ଦଶକ ରାଜକୁମାର ପେରିଆସାମୀଙ୍କ ନିଦେ୍ର୍ଦଶନାରେ ଓମ୍ ନିର୍ମାଣ ହୋଇଥିବା ବେଳେ ଏହି ଆକ୍ସନ ଥ୍ରୀଲରରେ ଆନ୍ଧ୍ରପ୍ରଦେଶ ଜଙ୍ଗଲରେ ଚାଲିଥିବା ଚନ୍ଦନ କାଠ ତସ୍କରୀ ଉପରେ କାହାଣୀ ଗତିଶୀଳ ହୋଇଛି । ଫିଲ୍ମରେ ବେଆଇନ ବ୍ୟବସାୟ ଚଲାଉଥିବା ଚରିତ୍ର କରୁଛନ୍ତିି ମାମୁଟି, ଧନୁଷ ତାମିଲନାଡୁ ସ୍ପେଶାଲ ଟାସ୍କ ଫୋର୍ସ ଅଫିସର ଭୂମିକାରେ ନଜର ଆସିବେ । ସାଇ ପଲ୍ଲବୀ ଜଣେ ଆଇପିଏସ୍ ଅଫିସର ଭୂମିକାରେ ନଜର ଆସିବେ । ଶ୍ରୀଲିଲା ଓ ନାସିରୁଦ୍ଦିନ ଶାହ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ।

 

Leave A Reply

Your email address will not be published.