Latest Odisha News

BREAKING NEWS

ବଲିଉଡ ନୱାବ ସୈଫ୍ ଅଲ୍ଲିଖାନଙ୍କୁ ହତ୍ୟା ଧମକ୍, ପୋଲିସ ତଦନ୍ତ ଜାରି

ମୁମ୍ବାଇ: ଟାଇଗର ସ୍ରଫଙ୍କ ଉପରେ ଗୁଳିମାଡ ପରେ ବଲିଉଡକୁ ଏବେ ସିରିଜ୍ ହତ୍ୟା ଧମକ ମିଳିବାରେ ଲାଗିଛି । ଅନେକ ସେଲିବ୍ରିଟିଙ୍କୁ ହତ୍ୟା ଓ ଫିରୋତିର ଧମକ୍ ଖବର ଏବେ ଖୁବ୍ ଚର୍ଚ୍ଚାରେ । ଏବେ ତାଲିକାରେ ଯୋଡି ହେଇଛନ୍ତି ବଲିଉଡର ନୱାବ୍ ସୈଫ୍ ଅଲ୍ଲି ଖାନ୍ । ବାବା ସିଦ୍ଦିକ ମର୍ଡର କେସ୍ର ମୁଖ୍ୟ ଅଭିଯୁକ୍ତ ଜେସନ ଅଖତର ସୈଫଙ୍କୁ ହତ୍ୟା ଧମକ୍ ଦେଇଥିବା ସୂଚନା ମିଳିଛି । ଘଟଣାରେ ମୁମ୍ବାଇ ପୋଲିସ ତଦନ୍ତ ଆରମ୍ଭ କରିଛି । ପ୍ରକୃତରେ ସୈଫଙ୍କୁ ଅଖତର ଫୋନ୍ କରି ଧମକାଇଛି ନା ଅଭିନେତାଙ୍କୁ ହଇରାଣ କରିବାକୁ କେହି ତା ନାଁ ନେଇ ଟାର୍ଗେଟ କରୁଛି ସେନେଇ ତଦନ୍ତ କରୁଛି ପୋଲିସ । ଚଳିତ ମାସରେ ତୁଷାର କାପୁର, ଆୟୁଷ୍ମାନ ଖୁରାନାଙ୍କୁ ମିଳିଥିଲା ଧମକି । ସେସବୁ ମାମଲାରେ ପୋଲିସ ୩୦ ବର୍ଷୀୟ ଆଇଟି ଗ୍ରାଜୁଏଟ୍ ବୈଭବ ମିଶ୍ରଙ୍କୁ ବେଙ୍ଗାଳୁରୁରୁ ଗିରଫ କରିଥିଲା । ତଦନ୍ତରୁ ଜଣାପଡିଥିଲା ବୈଭବର କୌଣସି ଅପରାଧୀକ କାର୍ଯ୍ୟକଳାପ କିମ୍ବା ଅପରାଧୀ ଗ୍ୟାଙ୍ଗ ସହ କୌଣସି ସମ୍ପୃକ୍ତି ନଥିଲା । ଏଆଇ ଦ୍ୱାରା ଧମକ୍ ମେସେଜ୍ ଦେଉଥିଲା । ଏବେ ସୈଫଙ୍କୁ ମିଳିଥିବା ଧମକ୍ ପଛରେ ଜେସନର ହାତ ଅଛି କି ନାହିଁ ସେନେଇ ତଦନ୍ତ କରୁଛି ପୋଲିସ । ମାମଲାରେ ସୈଫ୍ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।

୧୬ଜାନୁଆରୀ ୨୦୨୫ରେ ସୈଫଙ୍କ ବାନ୍ଦ୍ରା ସ୍ଥିତ ଘରେ ରାତି ପ୍ରାୟ ୨ଟାରେ ଜଣେ ଅନୁପ୍ରବେଶକାରୀ ତାଙ୍କ ଉପରକୁ ଆକ୍ରମଣ କରିଥିଲା । ଯେତେବେଳେ ତାଙ୍କ ସାନ ପୁଅ ତାଙ୍କ ପାଖରେ ଶୋଇଥିଲେ । ସୈଫ୍ ପୁଅକୁ ବଂଚାଇବାକୁ ନିଜ ବେକ ଓ ପିଠିରେ ଆଘାତ ପାଇଥିଲେ । ଲୀଲାବତି ହସ୍ପିଟାଲରେ ୬ଘଂଟାର ଅପରେସନ ପରେ ସୁସ୍ଥ ହୋଇଥିଲେ ସୈଫ୍ । ଏତେ ଦିନ ପରେ ତାଙ୍କୁ ମିଳିଛି ହତ୍ୟା ଧମକ୍ ।

Leave A Reply

Your email address will not be published.