ବ୍ରହ୍ମପୁର: ବ୍ରହ୍ମପୁର ଏକ ଘରୋଇ ସ୍କୁଲରେ ପଢୁଥିବା ଜଣେ ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ସିନିୟର ଛାତ୍ରମାନେ ଚେଙ୍କ ଦେବା ସହ ମାଡ ମରିଥିବା ଅଭିଯୋଗ ହୋଇଛି। ପିଡ଼ିତ ଛାତ୍ରଙ୍କ ମାଆ ପୁଲିସ ନିକଟରେ ଲିଖିତ ଅଭିଯୋଗ କରିବା ପରେ ଗୋସାଇଁନୂଆଗାଁ ଥାନା ପୁଲିସ ଏକ ମାମଲା ରୁଜୁ କରିଛି।
ଅଭିଯେୋଗ ଅନୁଯାୟୀ, ବ୍ରହ୍ମପୁର ଗୁଡସେଡରୋଡ ଠାରେ ଥିବା ଏକ ଘରୋଇ ସ୍କୁଲରେ ଷଷ୍ଠ ଶ୍ରେଣୀରେ ପାଠ ପଢୁଥିବା ଜଣେ ଛାତ୍ର ସ୍କୁଲ ହଷ୍ଟେଲରେ ରହୁଛନ୍ତି। ହେଲେ ଗତ କିଛି ମାସ ହେବ ସେହି ହଷ୍ଟେଲରେ ରହୁଥିବା ୯ମ ଓ ୧୦ମ ସହ ଯୁକ୍ତ ଦୁଇ ପ୍ରଥମ ବର୍ଷର କିଛି ଛାତ୍ର ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଘଟଣା ସମ୍ପର୍କରେ ଛାତ୍ରଙ୍କ ମାଆ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ସେତେବେଳେ ମାମଲା ସମାଧାନ ହୋଇଥିଲା। ହେଲେ କିଛି ଦିନ ପରେ କେତେକ ସିନିୟର ଛାତ୍ର ମିଶି ଏହି ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ହାତକୁ ଚେଙ୍କ ଦେଇଥିଲେ। ଯାହାକୁ ନେଇ ଛାତ୍ରଙ୍କ ମାଆ ଚାଇଲ୍ଡ ଲାଇନରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗପ୍ରକାରେ ଚାଇଲ୍ଡ ଲାଇନ ସଦସ୍ୟ ସ୍କୁଲକୁ ଯାଇ ତଦନ୍ତ ମଧ୍ୟ କରିଥିଲେ। ତେବେ ପୁନର୍ବାର ଏଭଳି ଘଟିବ ନାହିଁ ବୋଲି ସେତେବେଳେ ମଧ୍ୟ ସ୍କୁଲ କର୍ତ୍ତୃପକ୍ଷ ଛାତ୍ରଙ୍କ ମାଆକୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଗତ କିଛି ଦିନ ତଳେ ଯୁକ୍ତ ୨ରେ ପଢୁଥିବା ଜଣେ ସିନିୟର ଛାତ୍ର ତାଙ୍କୁ ମାଡ ମାରିଥିବା ନେଇ ପିଡ଼ିତ ଛାତ୍ର ଜଣଙ୍କ ନିଜ ମାଆଙ୍କୁ କହିଥିଲେ। ଏ ନେଇ ଛାତ୍ରଙ୍କ ମାଆ ହଷ୍ଟେଲ ୱାର୍ଡେନଙ୍କ ନିକଟରେ ଅଭିଯୋଗ କରିଥିଲେ। ୱାର୍ଡେନ ସଂପୃକ୍ତ ସିନିୟର ଛାତ୍ରଙ୍କୁ ତାଗିତ କରିଥିଲେ। ହେଲେ ଏହାର କିଛି ସମୟ ପରେ ପୁଣି ଥରେ ହଷ୍ଟେଲ ଭିତରେ ସଂପୃକ୍ତ ଯୁକ୍ତ ୨ ଛାତ୍ର ଓ ତାଙ୍କ ଅନ୍ୟ ସହଯୋଗୀ ଛାତ୍ର ଏହିଭଳି ୧୦ ଜଣ ଛାତ୍ର ମିଶି ପିଡ଼ିତ ଛାତ୍ରଙ୍କୁ ପୁଣି ଥରେ ମାଡ ମାରିଥିଲେ ବୋଲି କହିଥିଲେ। ଏହା ଜାଣିବା ପରେ ଛାତ୍ରଙ୍କ ମାଆ ସମସ୍ତ ସିନିୟର ଛାତ୍ରଙ୍କୁ ଡାକି ପଚାରିବାରୁ ସେମାନେ ତାଙ୍କୁ ଅଷଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ ବୋଲି ପିଡ଼ିତ ଛାତ୍ରଙ୍କ ମାଆ ନିଜ ଏତଲାରେ ଦର୍ଶାଇଛନ୍ତି। ହଷ୍ଟେଲରେ ତାଙ୍କ ପୁଅଙ୍କ ଜୀବନପ୍ରତି ବିପଦ ଥିବା ଦର୍ଶାଇଛନ୍ତି। ତାଙ୍କ ଅଭିଯୋଗକୁ ଭିତ୍ତି କରି ଗୋସାଇଁନୂଆଗାଁ ଥାନାରେ ନଂ ୨୧୬/୨୨ରେ ଏକ ମାମଲା ରୁଜୁ ହୋଇ ଘଟଣାର ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ସ୍ମୃତିପ୍ରଭା ପ୍ରଧାନ କହିଛନ୍ତି। ଅନ୍ୟପକ୍ଷରେ ଘଟଣାକୁ ନେଇ ଗଞ୍ଜାମ ଜିଲା ବିଜେପିର ଏକ ପ୍ରତିନିଧି ଦଳ ଗୋସାଇଁନୂଆଗାଁ ଥାନା ଅଧିକାରୀଙ୍କୁ ଭେଟିଛନ୍ତି। ରାଗିଂ କରିଥିବା ସ୍କୁଲର ସିନିୟର ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁଚରଣ ପତି, ପୂର୍ବତନ ସରପଞ୍ଚ ମମତାମୟୀ ରଣା, ସୁନିଲ କୁମାର ସାହୁ, ପ୍ରଭାତ କିରଣ ଷଡ଼ଙ୍ଗୀ, ଶିବଶଙ୍କର ନାୟକ, କେ.ଟୁଙ୍ଗୁରୁ ପାତ୍ର, ବନିତା ସାହୁ, ବର୍ଷା ବିଦ୍ୟୁସ୍ମିତା ପ୍ରମୁଖ ଦାବି କରିଛନ୍ତି।
BREAKING NEWS
- ୫୦୫୦ବୋତଲ କଫ୍ ସିରପ୍ ଜବତ କଲା ପୋଲସ; ୬ ଅଭିଯୁକ୍ତ ଗିରଫ
- ବେଆଇନ ଅସ୍ତ୍ରଶସ୍ତ୍ର ଓ ପଶୁ ଅଙ୍ଗ ରଖିବା ମାମଲା; ୪ ଶିକାରୀ ଗିରଫ
- Shree Mandir Threat: ଶ୍ରୀମନ୍ଦିରକୁ ବୋମା ଧମକ ଘଟଣା, ଧରାପଡ଼ିଲା ଅଭିଯୁକ୍ତ
- ରାଜ୍ୟରେ ଗୋଶାଳା ନିର୍ମାଣ ପାଇଁ ଜମି ଯୋଗାଇଦେବ ରାଜସ୍ୱ ବିଭାଗ
- Davos 2026: IMFର AI ରାଙ୍କିଂ ଉପରେ ବର୍ଷିଲେ ଅଶ୍ୱିନୀ ବୈଷ୍ଣବ; କହିଲେ-ଭାରତ AI ଶକ୍ତିର ପ୍ରଥମ ଶ୍ରେଣୀର…
- ମାଲକାନଗିରିରେ ସଡ଼କ ଦୁର୍ଘଟଣା; ଗଛରେ ପିଟିହୋଇ ୨ ମୃତ
- ଦୁବାଇ-ଭୁବନେଶ୍ୱର ସିଧାସଳଖ ବିମାନ ସେବା ବନ୍ଦ କରିବା ଅଯୋଗ୍ୟତାର ସଙ୍କେତ: ବିଜେଡି
- ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ନେଇ ମୁହଁ ଖୋଲିଲେ ନବୀନ…
- ସବ ଜୁନିୟର ଜାତୀୟ ରଗବୀ ସେଭେନ ଚାମ୍ପିୟନଶିପ: ବିହାର ଚାମ୍ପିୟନ, ଓଡିଶା ରନର୍ସଅପ
- DEO Arrest Warrant: ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ବିରୋଧରେ ଗିରଫ ପରୱାନା ଜାରି କଲେ ହାଇକୋର୍ଟ
Comments are closed.