Latest Odisha News

ବିଜେଡି ନିର୍ବାଚନ ପ୍ରଚାରରେ ଆଶା ଓ ଅଙ୍ଗନଓ୍ୱାଡି କର୍ମୀଙ୍କୁ ବ୍ୟବହାର କରୁଛି: ବିଜେପି

ପଦ୍ମପୁର: ପଦ୍ମପୁର ଉପନିର୍ବାଚନରେ ଶାସକ ବିଜୁ ଜନତା ଦଳ ବାରମ୍ବାର ଆଚରଣ ବିଧି ଉଲ୍ଲଙ୍ଘନ କରୁଛି । ସରକାରୀ କର୍ମଚାରୀମାନଙ୍କୁ ବ୍ୟବହାର କରୁଛି । ଏବେ ପଦ୍ମପୁରରେ ଶାସକ ବିଜେଡି ପାଇଁ ପ୍ରଚାର କରି ୩ ଜଣ ସରକାରୀ ଅଧ୍ୟାପକ ନିଲମ୍ବନ ହୋଇଛନ୍ତି ।

ଏବେ ଜଣେ ବ୍ଲକ ଶିକ୍ଷା ଅଧିକାରୀ ହ୍ୱାଟସଆପରେ ବିଜେଡି ପାଇଁ ଭୋଟ କରାଇବାକୁ ପ୍ରଧାନ ଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦେଇଥିବା ନେଇ ବିଜେପି ଅବିଯୋଗ କରିଛି। ଶାସକ ବିଜେଡି ଆଶା ଓ ଅଙ୍ଗନଓ୍ୱାଡି କର୍ମୀମାନଙ୍କୁ ନିର୍ବାଚନରେ ବିଜେଡି ପାଇଁ ପ୍ରଚାର କରୁଥିବା ବିଜେପି ଅଭିଯୋଗ କରିଛି। ପଞ୍ଚାୟତରେ ଆଶା ଓ ଅଙ୍ଗନଓ୍ୱାଡି କର୍ମୀମାନେ ବିଜୁ ଜନତା ଦଳର ନେତାଙ୍କ କଥାରେ ବିଜେଡି ପାଇଁ ପ୍ରଚାର କରୁଛନ୍ତି। ଝାରବନ୍ଧ ବ୍ଲକର ଡୁଙ୍ଗୁରିପାଲି ଗ୍ରାମପଂଚାୟତର ଅନୁସୟା ପ୍ରଧାନ ନାମକ ଜଣେ ଅଙ୍ଗନଓ୍ବାଡି କର୍ମୀ ବିଜୁ ଜନତା ଦଳ ପାଇଁ ନିର୍ବାଚନ ପ୍ରଚାର କରୁଥିବାର ଭିଡିଓ ଭାଇରାଲ ହେଉଛି ବୋଲି ବିଜେପି କହିଛି।

ବିଜେପିର ଏକ ପ୍ରତିନିଧି ଦଳ ପଦ୍ମପୁର ଉପନିର୍ବାଚନ ରିଟର୍ଣ୍ଣିଙ୍ଗ ଅଫିସରଙ୍କ ପାଖରେ ଏନେଇ ଅଭିଯୋଗ କରିବା ସହିତ ସେହି ଅଙ୍ଗନଓ୍ୱାଡି କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏହି ପ୍ରତିନିଧି ଦଳରେ ଦଳର ମୁଖପାତ୍ର ମନୋଜ ମହାପାତ୍ର, ଜିଲ୍ଲା ବିଜେପି ସଭାପତି ଅଶ୍ୱିନ ଷଡଙ୍ଗୀ, ଜିଲ୍ଲା ଲିଗାଲ ସେଲର ମୁଖ୍ୟ ରଂଜନ ସାହୁ ଉପସ୍ଥିତ ଥିଲେ।

ସେପଟେ ଭୁବନେଶ୍ୱରରେ ବିଜେଡିର ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ବିରୋଧରେ ଆଚରଣ ବିଧି ଉଲ୍ଲଂଘନ କରିବାକୁ ଦାବି କରିଛନ୍ତି। ସିଇଓଙ୍କୁ ଭେଟିବା ପରେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ପ୍ରତ୍ୟେକ ଅନୁଷ୍ଠାନର ସ୍ଵତନ୍ତ୍ରତା ଥାଏ। ନିର୍ବାଚନ କମିଶନଙ୍କ ସ୍ଵତନ୍ତ୍ରତା ଓ ମର୍ଯ୍ୟାଦା ରହିବା ଉଚିତ। ପଦ୍ମପୁର ଉପନିର୍ବାଚନକୁ ନେଇ ଯେଉଁ ଭଳି ଭାବେ ବିଜେପି ମୁଖପାତ୍ର ନିଜକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ମୁଖପାତ୍ର ଭାବୁଛନ୍ତି। ତାଙ୍କୁ ସେ ଅଧିକାର ଦେଲା କିଏ ବୋଲି ପ୍ରଶ୍ନ କରିଛି ବିଜେଡି।

Leave A Reply

Your email address will not be published.